Only for Entertainment

୧୮ବର୍ଷ ପରେ ‘ଗ୍ଲାଡିଏଟର’ର ସିକ୍ୱେଲ ବନାଇବେ ରିଡଲି ସ୍କଟ !

Bustle
32

ହଲିଉଡର ବରିଷ୍ଠ ଅଭିନେତା ରିଡଲି ସ୍କଟ ଅନେକ ଓସ୍କାର ପୁରସ୍କାର ଜିତିଥିବା ନିଜ ଫିଲ୍ମ ‘ଗ୍ଲାଡିଏଟର’ର ସିକ୍ୱେଲ ବନାଇବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୨୦୦୦ରେ ରିଲିଜ ହୋଇଥିବା ପ୍ରଥମ ଫିଲ୍ମରେ ରସଲ କ୍ରୋ, ଜୋଆକ୍ୱିନ ଫିନିକ୍ସ ଏବଂ କାନି ନୀଲ୍ସନ ମୁଖ୍ୟ ଭୂମିକା ତୁଲାଇଥିଲେ ।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ନିର୍ଦ୍ଦେଶକ ପୈରାମାଉଂଟ ପାଇଁ ଫିଲ୍ମ ପ୍ରସ୍ତୁତ କରୁଛନ୍ତି ଯାହାର ପଟକଥା ପିଟର କ୍ରେଗ ଲେଖିବେ । କ୍ରେଗଙ୍କୁ ‘ଦ ଟାଉନ’ ଏବଂ ‘ହଙ୍ଗର ଗେମ୍ସ: ମେକିଂ ଜୟ’ର ପଟକଥା ଲେଖକ ରୂପେ ଜଣାଶୁଣା । ୨୦୦୧ରେ ଏକାଡେମୀରେ ‘ଗ୍ଲାଡିଏଟର’୫ଟି ପୁରସ୍କାର ଜିତିଥିଲେ , ଯେଉଁଥିରେ ଶ୍ରେଷ୍ଠ ଫିଲ୍ମ ଏବଂ ଶ୍ରେଷ୍ଠ ଅଭିନେତା ପୁରସ୍କାର ସାମିଲ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More