Only for Entertainment

ଭାରତ ପାଇଁ ଝଟକା, ରିମାଙ୍କ ଫିଲ୍ମ ‘ଦ ଭିଲେଜ ରକଷ୍ଟାର’ ଓସ୍କାର ଦୌଡ଼ରୁ ହେଲା ବାହାର !

hollywood reporter
32

ନିର୍ଦ୍ଦେଶକ ରିମା ଦାସଙ୍କ ଫିଲ୍ମ ‘ଦ ଭିଲେଜ ରକଷ୍ଟାର’ ଓସ୍କାର ରେସରୁ ହୋଇଛି ବାହାର । ଅସଲରେ ରିମାଙ୍କ ଫିଲ୍ମ ଭାରତ ତରଫରୁ ୯୧ତମ ଏକାଡେମୀ ଆୱାର୍ଡ ତଥା ଓସ୍କାର ଆୱାର୍ଡ ୨୦୧୯ର ବେଷ୍ଟ ଫରେନ ଲାଙ୍ଗୁଏଜ ଫିଲ୍ମ କଟାଗୋରୀରୁ ବାହାରି ଯାଇଛି । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଓସ୍କାର ପାଇଁ ନୋମିନେଟ ହେବ ପୂର୍ବରୁ ରାଷ୍ଟ୍ର ପୁରସ୍କାର ନିଜ ନାଁ କରିଥିଲା । ଏକାଡେମୀ ଅଫ ମୋସନ ପିକ୍ଚର ଆର୍ଟ ଅଣ୍ଡ ସାଇନ୍ସ ଆଗାମୀ ରାଉଣ୍ଡ ରେ ସବୁ ୯ଟି ଫିଲ୍ମ ନାଁ ନେଇଥିଲେ ମାତ୍ର ଏହି ଫିଲ୍ମର ନାଁ ନେଇନଥିଲେ । ଓସ୍କାରରେ ସ୍ଥାନ ନ ମିଳିବା ଭାରତ ପାଇଁ ଏହା ସବୁଠୁ ବଡ ଝଟକା । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ୬ଟି ଗାଁ ରେ ସୁଟ କରାଯାଇଥିଲା । ଏହିଭଳି ଫିଲ୍ମ ପ୍ରମୋସନ ପାଇଁ ରିମା ଆସାମ ସରକାରଙ୍କ ଠାରୁ ୩କୋଟି ଟଙ୍କା ମଧ୍ୟ ମାଗିଥିଲେ ମାତ୍ର ତାଙ୍କୁ ୧କୋଟି ଟଙ୍କା ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More