Only for Entertainment

୩୧ ଅଗଷ୍ଟରେ ‘ରାଜମା ଚାୱଲ’ ରାନ୍ଧିବେ ଋଷି କପୁର, ସାମ୍ନାକୁ ଆସିଲା ଫାଷ୍ଟ ଲୁକ

ndtv
0 41

ଶେଷଥର ପାଇଁ ଋଷି କପୁର, ମହାନାୟକ ଅମିତାଭ ବଚ୍ଚନଙ୍କ ସହିତ ‘୧୦୨ ନଟ ଆଉଟ’ ଫିଲ୍ମରେ ନଜର ଆସିଥିଲେ । ନିକଟରେ ଋଷି କପୁରଙ୍କ ନୂଆ ଫିଲ୍ମର ଘୋଷଣା କରାଯାଇଛି । ତାଙ୍କର ଆଗାମୀ ଫିଲ୍ମ ‘ରାଜମା ଚାୱଲ’ ୩୧ ଅଗଷ୍ଟରେ ରିଲିଜ ହେବ ।

ଫିଲ୍ମର ନିର୍ଦ୍ଦେଶକ ଲୀନା ୟାଦବ ଟୁଇଟ କରି ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି । ଲୀନା ଫିଲ୍ମର ଏକ ଲୁକକୁ ସେୟାର କରି କହିଛନ୍ତି ‘ମଜାଦାର ଆମେ ଅତ୍ୟାଧୁନିକ ଯୁଗରେ ରହି ମଧ୍ୟ ସବୁଠାରୁ ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ କଥା ହୋଇପାରୁ ନାହିଁ । ରାଜମା ଚାୱଲ ସହିତ ଏକ ପିତା ଏବଂ ପୁଅର ସାମାଜିକ ପ୍ରାସଙ୍ଗିକ ଯାତ୍ରାକୁ ଅନୁଭବ କରନ୍ତୁ ।’


ଅନ୍ୟ ପକ୍ଷରେ ‘ରାଜମା ଚାୱଲ’ ଜରିଆରେ ଅଭିନେତା ଅନିରୃଦ୍ଧ ତନୱର ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିବା ପାଇଁ ଯାଉଛନ୍ତି । ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଅମାୟରା ଦସ୍ତୁର ନଜର ଆସିବେ । ଫିଲ୍ମ ‘ରାଜମା ଚାୱଲ’ର ସୁଟିଂ ଦିଲ୍ଲୀର ଚାନ୍ଦନୀ ଚୌକରେ କରାଯାଇଛି ।

ଏହା ପୂର୍ବରୁ ଆଇଏଏନଏସକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଋଷି କପୁର କହିଥିଲେ, ଲୀନାଙ୍କ ସହିତ କାମ କରିବା ପାଇଁ ମୁଁ ଚାହୁଁଥିଲି । ମୋତେ କାହାଣୀର ବାତାବରଣ ଅର୍ଥାତ ଚାନ୍ଦନୀ ଚୌକ ଖୁବ ପସନ୍ଦ ଆସିଲା । ଏହା ପୂର୍ବରୁ ମୁଁ ‘ଦିଲ୍ଲୀ ୬’ରେ ଏହାକୁ ଅନୁଭବ କରିଥିଲି ।

‘ରାଜମା ଚାୱଲ’ ୨୦୧୮ରେ ଋଷି କପୁରଙ୍କ ତୃତୀୟ ଫିଲ୍ମ । ୪ ମଇକୁ ସେ ‘୧୦୨ ନଟ ଆଉଟ’ରେ ନଜର ଆସିଥିଲେ । ଏହାପରେ ସେ ୨୭ ଜୁଲାଇରେ ଫିଲ୍ମ ‘ମୁଲ୍କ’ରେ ନଜର ଆସିବେ । ଫିଲ୍ମରେ ଋଷି କପୁରଙ୍କ ସହିତ ତାପସୀ ପନ୍ନୁଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More