Only for Entertainment

୨୩ ଦିନ ପରେ ଟ୍ୱିଟରକୁ ଫେରିଲେ ଋଷି କପୁର, କାରଣ ହେଉଛି ଝଗଡା

Hindustan Times
0 29

ବଲିଉଡ ଅଭିନେତା ଋଷି କପୁର କିଛି ଦିନ ହେବ ଟ୍ୱିଟର ଠାରୁ ଦୂରେଇ ଯାଇଥିଲେ । କିନ୍ତୁ ସେ ପୁଣିଥରେ ସୋସିଆଲ ନେଟୱାର୍କଙ୍ଗି ସାଇଟକୁ ଫେରି ଆସିଛନ୍ତି । ଟ୍ୱିଟରକୁ ଫେରିବାପରେ ଋଷି ଲେଖିଛନ୍ତି ସେ ମସ୍ତି ଏବଂ ଝଗଡାକୁ ବହୁତ ମିସ କରିଥିଲେ । ଏହା ସହିତ ସେ କହିଥିଲେ ହ୍ୟାଲୋ, ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ମୁଁ ୨୩ ଦିନ ପରେ ଟ୍ୱିଟରକୁ ଫେରିଛି ।

ଖବର ଅନୁସାରେ ଏହା ପୂର୍ବରୁ ଋଷି କପୁର ୨୯ ମାର୍ଚ୍ଚକୁ ଟ୍ୱିଟରେ ପୋଷ୍ଟ କରିଥିଲେ ଏହାପରେ ସେ ଟ୍ୱିଟର ଠାରୁ କିଛି ସମୟ ପାଇଁ ଦୂରେଇ ଯାଇଥିଲେ ।

rishi-kapoor

ଉଲ୍ଲେଖଯୋଗ୍ୟ ଯେ, ଋଷି ଏବେ ଅମିତାଭ ବଚ୍ଚନଙ୍କ ସହିତ ଫିଲ୍ମ ‘୧୦୨ ନଟ ଆଉଟ’ରେ ବ୍ୟସ୍ତ ଅଛନ୍ତି । ୨୭ ବର୍ଷପରେ ଋଷି କପୁର ଏବଂ ଅମିତାଭ ବଚ୍ଚନ ଏହା ସହିତ ଏହି ଫିଲ୍ମରେ ନଜର ଆସିବେ । କିଛି ଦିନ ପୂର୍ବେ ଏହାର ଟ୍ରିଜର ରିଲିଜ ହୋଇଥିଲା । ଏହା ବାପ-ପୁଅଙ୍କ କାହାଣୀ ଯେଉଁଥିରେ ୧୦୨ ବର୍ଷରେ ବାପା ସକରାତ୍ମକ ଥିବା ବେଳେ ପୁଅର ଜୀବନ ନକରାତ୍ମକରେ ଭରି ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More