Only for Entertainment

ରଣବୀର କପୁରଙ୍କୁ ସଂଜୁ ଦେଲେ ଏଭଳି ଉପହାର, ଯାହାକୁ ଦେଖି ରାଗି ସଂଜୟଙ୍କୁ ଗାଳି କଲେ ଋଷି କପୁର !

zee news
0 195

ରଣବୀର କପୁର ଖୁବ ଶୀଘ୍ର ସାରା ଦେଶର ସିନେମାଘରେ ସଂଜୟ ଦତ୍ତଙ୍କ ଭୂମିକାରେ ନଜର ଆସିବେ । ନିଜର ଅଭିନୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ରଣବୀର ପ୍ରଥମଥର ଏକ ବାୟୋପିକରେ ଭାଗ ନେଇଛନ୍ତି ଏବଂ ଏହି ଫିଲ୍ମରେ ତାଙ୍କ ଲୁକ ଯେପରି ଯାଦୁ କରି ପାରିପକାଇଛି । ଟ୍ରେଲର ଦେଖି ଅନେକ ଜାଗାରେ ଲାଗୁଥିଲା ଯେପରି ସଂଜୟ ଦତ୍ତ ନଜର ଆସିଲା ଭଳି । ରଣବୀର ଏବେ ପ୍ରମୋସନରେ ବ୍ୟସ୍ତ ଥିବା ବେଳେ ଅନେକ ଥର ସହଜୟ ଦତ୍ତଙ୍କୁ ନିଜର ରିଅଲ ଲାଇଫ ହିରୋ ମଧ୍ୟ କହି ସାରିଲେଣି । ମାତ୍ର ନିଜର ଏକ ସାକ୍ଷାତକାରରେ ରଣବୀର ଖୁଲାସା କରି କହିଛନ୍ତି ଯେ କିଭଳି ସଂଜୟ ଦତ୍ତଙ୍କୁ ଋଷି କପୁର ଗାଳି କରିଥିଲେ ।

ଏକ ରିପୋର୍ଟ ମୁତାବିକ ରଣବୀର କପୁର କହିଛନ୍ତି ଯେ, ସଂଜୟ ଦତ୍ତ ତାଙ୍କ ପରିବାର ସହ ଖୁବ ଜଡିତ । ସେ ତାଙ୍କୁ ଛୋଟ ଭାଇ ଭଳି ମାନନ୍ତି ସେହିଭଳି ଭଲ ପାଉଥିଲେ ଏବଂ ଅନେକ ଗିଫ୍ଟ ମଧ୍ୟ ଦେଉଥିଲେ । ମାତ୍ର ଏଭଳି ଦାମୀ ଗିଫ୍ଟ ରଣବୀରଙ୍କ ବାପା ତଥା ଋଷି କପୁରଙ୍କୁ ପସନ୍ଦ ନଥିଲା । ତେଣୁ ସେ ସଂଜୟଙ୍କୁ ଗାଳି କରିଥିଲେ ଏବଂ କହିଥିଲେ ଯେ ମୋ ପୁଅକୁ ଖରାପ କର ନାହିଁ ଏବଂ ୟାକୁ ତୋ ଭଳି ବିଲକୁଲ କରନାହିଁ ।

ସଂଜୟ ଦତ୍ତଙ୍କ ଜୀବନରେ ଥିବା ଅନେକ ରହସ୍ୟ ଏହି ଫିଲ୍ମ ଜରିଆରେ ୨୯ଜୁନରେ ପରଦାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ପରେଶ ରାୱଲ, ରଣବୀର କପୁରଙ୍କ ବାପା ଭୂମିକାରେ ନଜର ଆସିବେ ଏବଂ ମନୀଷା କୋଇରାଲା ମା’ ଭୂମିକାରେ ନଜର ଆସିବେ । ଫିଲ୍ମରେ ବିକ୍କି କୌଶଲ, ସୋନମ କପୁର, ଅନୁଷ୍କା ଶର୍ମା ଏବଂ ବମନ ଈରାନୀ ଭଳି କଳାକାର ମଧ୍ୟ ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More