Only for Entertainment

ଖୁବଶୀଘ୍ର ଭାରତ ଫେରିବେ ଋଷି କପୂର, ସମସ୍ତଙ୍କୁ ଲୁଚାଇ କରୁଥିଲେ କର୍କଟ ରୋଗର ଚିକିତ୍ସା ।

23

ଦୀର୍ଘ ଦିନ ହେବ ଋଷି କପୂର ଭାରତ ବାହାରେ ଅଛନ୍ତି । କିନ୍ତୁ ସେ ସେଠାରେ କର୍କଟ ରୋଗର ଚିକିତ୍ସା କରୁଛନ୍ତି ଏହା ତାଙ୍କ ଫ୍ୟାନ୍ସଙ୍କୁ ଜଣାନଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଋଷିଙ୍କ ଜଣେ ବନ୍ଧୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିବା ପରେ ଏହି କଥାର ଖୁଲାସା ହୋଇଥିଲା । ଅବଶ୍ୟ ଏହା ଶୁଣିବା ପରେ ଋଷିଙ୍କ ଫ୍ୟାନ ମାନଙ୍କ ହୃଦୟ ଭାଙ୍ଗି ଯାଇଛି ।

 

View this post on Instagram

 

That amazing feeling in your lows when there is Positivity ??Happiness ?Love ? and that Wink ?!!!!

A post shared by neetu Kapoor. Fightingfyt (@neetu54) on

ଋଷିଙ୍କ ଶରୀରରେ କର୍କଟ ଚିହ୍ନଯ ହେବା ପରେ ସେ ଚିକିତ୍ସା ପାଇଁ ପତ୍ନୀ ନିତୁ କପୁରଙ୍କ ସହ ନ୍ୟୁୟର୍କ ଯାଇଥିଲେ। ସେଠାରେ ସେ ବେଶ୍‌ କିଛିି ଦିନ ଚିକିତ୍ସିତ ହେବା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି ନିତୁ କପୁର ଏକ ଫଟୋ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି।ଫଟୋରେ ଋଷି ଏକଦମ ଫିଟ୍‌ ଦିଶୁଛନ୍ତି। ଆସନ୍ତା ସେପ୍ଟେମ୍ବରରେ ସେ ନିଜ ଜନ୍ମଭୂମି ଭାରତକୁ ଫେରିବେ ବୋଲି ସୂଚନା ରହିଛି। ପୁଅ ରଣବୀର କପୁର ବି ତାଙ୍କ ବାପାଙ୍କ ଶୀଘ୍ର ଭାରତ ଫେରିବା ସଂପର୍କରେ ସୂଚନା ଦେଇଛନ୍ତି। କେବଳ ଭାରତ ନୁହେଁ, ସେ ପୁଣି ଥରେ ବଲିଉଡ୍‌ରେ ନଜର ଆସିବେ ବୋଲି ରଣବୀର କହିଛନ୍ତି।

ନିକଟରେ ଋଷିଙ୍କୁ ତାଙ୍କ ଖରାପ ସମୟରେ ଦେଖା କରିବାକୁ ଯାଇ ବଲିଉଡ୍‌ ତାରକା ଶାହାରୁଖ ଖାନ, ଆଲିଆ ଭଟ୍ଟ, ଆମୀର ଖାନ, ଦୀପିକା ପାଦୁକୋନ, ଭିକି କୌଶାଲ, କରିସ୍ମା କପୁର ଓ କରଣ ଜୋହର ପ୍ରମୁଖ ଦେଖା କରି ସାହସ ଦେଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More