ଋଷି କପୁରଙ୍କ ଶରୀର ଅସୁସ୍ଥ କାରଣରୁ ସେ ନ୍ୟୁୟର୍କରେ ଚିକିତ୍ସା କରାଉଛନ୍ତି ।ସେ ସେପ୍ଟେମ୍ବର ଶେଷ ସପ୍ତାହର ଟ୍ୱିଟ କରି ଜଣାଇଥିଲେ ଯେ ନିଜର ଚିକିତ୍ସା ପାଇଁ ବାହାରକୁ ଯାଉଛନ୍ତି । କେବଳ ସେତିକି ନୁହେଁ ଋଷି କପୂର ଲୋକଙ୍କୁ ଅନୁରୋଧ ମଧ୍ୟ କରିଥିଲେ ଯେ ତାଙ୍କ ଦେହ ଅସୁସ୍ଥକୁ ନେଇ କୌଣସି ଗୁଜବ ନ କରାଯାଉ । ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ଋଷି ଅନୁପମ ଖେରଙ୍କ ସହ ମେଡିସନ ଆଭେନ୍ୟୁରେ ବୁଲୁଥିବାର ନଜର ଆସିଛନ୍ତି । ଯାହା ଋଷି ଏବଂ ଅନୁପମ ନିଜ ଟ୍ୱିଟର ଅକାଉଂଟରେ ଶେୟାର କରିଛନ୍ତି ।
New York,Manhattan. “Kher-free” or is it “Care-free”on Madison Avenue with colleague and old friend Anupam Kher this afternoon! pic.twitter.com/6qwfUufuML
— Rishi Kapoor (@chintskap) October 7, 2018
Dearest @chintskap ji!! It was so wonderful to meet you & spend some time on d streets of Manhattan. You are such a great & entertaining conversationalist. Loved talking to you about India, New York, magic of movies & importance of a ‘pause’ in life. Achcha laga aapse milke.? https://t.co/SOH6xqft6I
— Anupam Kher (@AnupamPKher) October 7, 2018
ଏଠାରେ ଆମେ କହି ରଖୁଛୁ ଯେ ଋଷିଙ୍କ ରୋଗ ବିଷୟରେ ଏଯାଏଁ କୌଣସି ସ୍ପଷ୍ଟ ଜଣା ପଡି ନାହିଁ । ରିପୋର୍ଟ ଆସିଲା ପରେ ଏହା ସମ୍ପର୍କରେ ଜାଣିହେବ ।