Only for Entertainment

ଋଷି କପୂର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଲେ ଖାସ ଅନୁରୋଧ !

28

ବଲିଉଡ ଅଭିନେତା ଋଷି କପୂରଙ୍କର ଏବେ ଆମେରିକାରେ ଚିକିତ୍ସା ହେଉଛି । ଚିକିତ୍ସା ସମୟରେ ମଧ୍ୟ ସେ ଲଗାତାର ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି ଏବଂ ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି । କିଛି ଦିନ ପୂର୍ବେ ଋଷିଙ୍କ ବନ୍ଧୁ ରାହୁଲ ରବୈଲ କହିଛନ୍ତି ଯେ ଏବେ ଋଷି ଠିକ ହୋଇଗଲେଣି ।

ନିକଟରେ ନିଜ ଟ୍ୱିଟର ଅକାଉଂଟରେ ଋଷି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅରୁଣ ଜେଟଲୀ ଏବଂ ସ୍ମୃତି ଇରାନୀଙ୍କୁ ମାଗଣା ଶିକ୍ଷା, ମେଡିକାଲ ଏବଂ ପେନସନ ଭଳି ମୁଦ୍ଦା ଉପରେ କାମ କରିବା ପାଇଁ ଅନୁରୋଧ କରିଛନ୍ତି ।

ଏହିପରି ଭାରତର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ଅନୁରୋଧ କରିଛନ୍ତି ଋଷି କପୂର । ଏହାପରେ ଟ୍ୱିଟ କରି ଲେଖିଛନ୍ତି ଯଦି ସେ ଅଧିକ କିଛି କହିଛନ୍ତି ତ ତାଙ୍କୁ କ୍ଷମା କରିଦେବେ , ମାତ୍ର ଏକ ସାଧାରଣ ନାଗରିକ ହିସାବରେ ସ୍ୱର ଉଠାଇବା ତାଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି ଋଷି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More