Only for Entertainment

‘ମୁଲ୍କ’ ଦେଖିବା ପରେ ଲୋକଙ୍କ ପ୍ରତିକ୍ରିୟା : ସ୍କୁଲରେ ମାଗଣାରେ ପ୍ରଦର୍ଶିତ ହେଉ ଏହି ଫିଲ୍ମ ।

Zee News
0 32

ନିକଟରେ ରିଲିଜ ହୋଇଥିବା ଫିଲ୍ମ ମୁଲ୍କର ସକ୍ସେସରେ ଫିଲ୍ମର ଟିମ ଖୁବ ଖୁସି ଅଛନ୍ତି । ‘ମୁଲ୍କ’ର ସକ୍ସେସ ପାର୍ଟିରେ ଫିଲ୍ମକାର ଅନୁଭବ ସିହ୍ନା ଏବଂ ଅଭିନେତା ଋଷି କପୁର ଫିଲ୍ମକୁ ମିଳିଥିବା ରେସ୍ପନ୍ସ ନେଇ ଅନେକ କଥା ସେୟାର କରିଥିଲେ ।

ଏହି ଫିଲ୍ମକୁ ନେଇ ମିଳିଥିବା ସବୁଠାରୁ ବଡ ପ୍ରଶଂସା କଁଣ ବୋଲି ପଚରାଯିବାକୁ ଋଷି କପୁର କହିଥିଲେ, ‘ଅନେକ ଲୋକ ମୋତେ କହିଛନ୍ତି ଏହି ଫିଲ୍ମକୁ ମାଗଣା ସ୍କୁଲ କଲେଜରେ ଦେଖାଇବା ଦରକାର । ମୁଁ ଭାବୁଛି ଏହା ଠାରୁ ବଡ ପ୍ରଶଂସା ଆଉ କଣ ହୋଇପାରେ ।’

ସକ୍ସେସ ପାର୍ଟିରେ ମିଡିଆ ସହିତ କଥା ହୋଇ ନିର୍ଦ୍ଦେଶକ ଅନୁଭବ ସିହ୍ନା କହିଥିଲେ, ଫିଲ୍ମ ମୁଲ୍କ ହିନ୍ଦୁ ଏବଂ ମୁଲମାନଙ୍କ ମଧ୍ୟରେ ଭାଇଚାରା ଉପରେ ଆଧାରିତ । ଅନୁଭବ ସିହ୍ନାଙ୍କ ମତରେ ‘ଯେଉଁ ଦିନ ସାଧାରଣ ଜନତାଙ୍କୁ ଲାଗିବ କିଛି ଲୋକ ଧାର୍ମିକ ଭାବନାକୁ ହାଇଲାଇଟ କରି ତାଙ୍କ ଭାବନାକୁ ଆଘାତ ଦେଇଛନ୍ତି ସେହିଦିନ ସବୁ କିଛି ଠିକ ହୋଇଯିବ ।’ ଏହା ସହିତ ସେ କହିଥିଲେ ଦେଶରେ ନିର୍ବାଚନା ପାଖେଇ ଆସିଲେ ଲୋକେ ଧାର୍ମିକ ମାମଲାକୁ ଉଠାଇ ଥାନ୍ତି ।

କହିରଖୁଛୁ ଯେ ୩ ଅଗଷ୍ଟରେ ରିଲିଜ ହୋଇଥିବା ଏହି ଫିଲ୍ମ ଏପର୍ଯ୍ୟନ୍ତ ୧୩ କୋଟି ଆୟ କରିବାରେ ସଫଳ ହୋଇପାରିଛି । ଫିଲ୍ମରେ ଋଷି କପୁର, ତାପସୀ ପନ୍ନୁ ଏବଂ ପ୍ରତୀକ ବବର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More