Only for Entertainment

ନ୍ୟୁୟର୍କ ସ୍ୟାଲୁନରେ ଋଷି କପୂରଙ୍କୁ ମିଳିଲା ସରପ୍ରାଇଜ, ଦେଖନ୍ତୁ ଭାଇରାଲ ଭିଡ଼ିଓ

hindirush
74

ବଲିଉଡ ଆକ୍ଟର ଋଷି କପୂର ଖୁବଶୀଘ୍ର ଭାରତ ଫେରିବେ । ଗତବର୍ଷ ସେ କର୍କଟ ରୋଗର ଚିକିତ୍ସା ପାଇଁ ନ୍ୟୁୟର୍କ ଯାଇଥିଲେ । ବଲିଉଡର ପ୍ରାୟ ସମସ୍ତ କଳାକାର ତାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । କହିରଖୁଛୁ ଋଷି ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ଶନିବାର ବା ଆଜି ସକାଳେ ସେ ତାଙ୍କ ଫ୍ୟାନ୍ସଙ୍କ ସହିତ ଏକ ଭିଡ଼ିଓ ଶେୟାର କରିଛନ୍ତି ।

 

ବାସ୍ତବରେ ଋଷି କପୂର ହେୟାରକଟ ପାଇଁ ସ୍ୟାଲୁନ ଯାଇଥିଲେ । ସେଠାର ଜଣେ ନାଗରିକ ତାଙ୍କୁ ଚିହ୍ନିଦେଲେ । ତତକ୍ଷଣାତ ସେହି ନାଗରିକ ଜଣକ ଋଷି କପୂରଙ୍କ ଫିଲ୍ମ ବବି’ର ଗୀତ ‘ମେଁ ସାୟର ତୋ ନହିଁ’ ପ୍ଲେ କରିଦେଲେ । ଋଷି ଏହି ଭିଡ଼ିଓକୁ ସୁଟ ନକରି ରହିପାରିଲେ ନାହିଁ । ସୋସିଆଲ ମିଡିଆରେ ଶେୟାର କରି ଋଷି ସେହି ନାଗରିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More