Only for Entertainment

ପ୍ରଦୂଷଣରେ ଅଥୟ ଦିଲ୍ଲୀ ସହର, ମନ ଛୁଇଁଲା ଋଷି କପୂରଙ୍କ ଟ୍ୱିଟ

25

ଦେଶର ହୃଦୟ ବୋଲି କୁହାଯାଉଥିବା ଦିଲ୍ଲୀର ପରିସ୍ଥିତି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ପ୍ରଦୂଷଣ ଏତେ ମାତ୍ରରେ ବଢ଼ି ଯାଇଛି ଯେ, ଅନେକ ସ୍ଥାନରେ ଲୋକେ ଘରୁ ବାହାରୁ ନାହାନ୍ତି । ଲୋକଙ୍କର ନିଶ୍ୱାସ ନେବାରେ ସମସ୍ୟା ହେବା ସହ ହୃଦୟର ସ୍ପନ୍ଦନ ବଢ଼ି ଯାଉଥିବା ଦେଖାଯାଉଛି । ଦେଶର ସରକାର ଏ ନେଇ ଚିନ୍ତାରେ ଥିବା ବେଳେ ଏହାକୁ ନିୟନ୍ତ୍ରଣ କିଭଳି କରାଯିବ, ସେ ନେଇ ଆଲୋଚନା ଜାରି ରହିଛି ।

ସୋମବାର ସକାଳ ୭ଟାରେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୭୦୮ରେକର୍ଡ କରାଯାଇଥିବା ବେଳେ ଜବୀରପୁରରେ ୯୧୯, ଆନନ୍ଦ ବିହାରରେ ୯୨୪, ନୋଏଡା ସେକ୍ଟର-୬୧ରେ ୭୫୧, ବସୁନ୍ଧରାରେ ୬୯୬ରେକର୍ଡ କରାଯାଇଛି । ଦିଲ୍ଲୀର ଏଭଳି ପରିସ୍ଥିତି ଦେଖି ବଲିଉଡ୍‌ ଅଭିନେତା ଋଷି କପୁର ଟୁଇଟ୍‌ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଟୁଇଟ୍‌ରେ ଏକ ଫଟୋ ପୋଷ୍ଟ କରାଯାଇଛି । ଯେଉଁଥିରେ ଲେଖାଯାଇଛି କି, ଯଦି ଆପଣ ଅଣନିଶ୍ୱାସୀ ଭଳି ଅନୁଭବ କରୁଛନ୍ତି, ହୃଦୟର ସ୍ପନ୍ଦନ ବଢ଼ିଯାଉଛି ଓ ଆଖିରେ ପାଣି ଆସୁଛି, ତେବେ ଆପଣ ପ୍ରେମରେ ଅଛନ୍ତି ନହେଲେ ଦିଲ୍ଲୀରେ ଅଛନ୍ତି । ଋଷିଙ୍କ ଏଭଳି ଟୁଇଟ୍‌ ଦେଖି ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More