Only for Entertainment

ସୋହେଲ ଖାନଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଦେଖାଇଲେ ଋଷି କପୁର,କ୍ଷମା ମାଗିଲେ ନୀତୁ ।

ndtv.com
0 62

ସୋନମ କପୁରଙ୍କ ବିବାହରେ ବଲିଉଡର ପ୍ରାୟ ତାରକା ଯୋଗ ଦେଇଥିଲେ । ରିସେପସନର ଅଧିକାଂଶ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ସବୁଠାରୁ ଆକର୍ଷଣ ଥିଲା ସଲମାନ ଏବଂ ଶାହାରୁଖ ଖାନଙ୍କ ଏକା ସାଙ୍ଗରେ ଡ୍ୟାନ୍ସ କରିବାର ଦୃଶ୍ୟ । କେବଳ ସେତିକି ନୁହେଁ ବାପା ଅନିଲ କବୁର ମଧ୍ୟ ଖୁବ ଡ୍ୟାନ୍ସ କରିଥିବା ନଜର ଆସିଥିଲେ । ଏହି ମୌକାରେ ଋଷି କପୁର ମଧ୍ୟ ପତ୍ନୀ ନୀତୁ କପୁରଙ୍କ ସହିତ ପହଂଚିଥିଲେ । କିନ୍ତୁ ଏକ ରିପୋର୍ଟ ଅନୁସାରେ ଋଷି ସୋହେଲଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିଲେ । ଯେଉଁ କାରଣରୁ ନୀତୁ ସଲମାନଙ୍କ ପରିବାରକୁ କ୍ଷମା ମାଗିଥିଲେ ।

ବଲିଉଡଲାଇଫ ଅନୁସାରେ ସଲମାନ ସୋନମଙ୍କ ବିବାହରେ ଋଷିଙ୍କ ସହିତ ଠିକ ଭାବରେ ଦେଖାସାକ୍ଷାତ କରିନଥିଲେ । ଯେଉଁ କାରଣ ପାଇଁ ଋଷି ରାଗି ଯାଇଥିଲେ ଏବଂ ରାଗର ଶୀକାର ହୋଇଥିଲେ ସୋହେଲଙ୍କ ପତ୍ନୀ ସୀମା । ଏହି ଘଟଣା ପରେ ସଂପୂର୍ଣ୍ଣ ଖାନ ପରିବାର ଋଷିଙ୍କ ଉପରେ ରାଗି ଯାଇଥିଲେ । କିନ୍ତୁ ନୀତୁ ଏଥିପାଇଁ କ୍ଷମା ମାଗିଥିଲେ ।
ରିପୋର୍ଟ ମୁତାବକ ସୀମାଙ୍କୁ ଏହି ବିଷୟରେ କିଛି ମଧ୍ୟ ଜଣାନଥିଲା । କିନ୍ତୁ ଘଟଣା ପରେ ସେ ସଲମାନଙ୍କୁ ଏହା ଜଣାଇଥିଲେ । କିନ୍ତୁ ସଲମାନ ପହଂଚିବା ସମୟକୁ ଋଷି ଏବଂ ନୀତୁ ସେଠାରୁ ଚାଲି ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More