Only for Entertainment

‘ରାଇଜିଙ୍ଗ୍ ଷ୍ଟାର-୨’ରେ ସଫଳ ଓଡିଶା କଣ୍ଠଶିଳ୍ପୀ !

youtube
0 50

ଓଲିଉଡ଼ରେ ଗୀତ ଗାଇ ଓଡ଼ିଆ ଦର୍ଶକଙ୍କ ମନ ଜିଣିବା ପରେ ଏବେ ସାରା ଦେଶର ମନକୁ କିଣିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ‘ତୁ କହିବୁ ନା ମୁଁ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଗାୟକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବା ପରେ ସେ ନିଜ ଭାଗ୍ୟ ପରୀକ୍ଷା ପାଇଁ ମୁମ୍ବାଇରେ ଯାଇ ପହଞ୍ଚିଛନ୍ତି। ଏହା ସହ କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ରାଇଜିଙ୍ଗ୍ ଷ୍ଟାର-୨’ରେ ଭାଗ ନେଇ ଟପ୍-୧୬ରେ ସାମିଲ ହୋଇ ସାରିଛନ୍ତି ।

ଅନେକ ସଂଘର୍ଷ ପରେ କଲର୍ସ ଚାନେଲର ମ୍ୟୁଜିକାଲ୍ ଟାଲେଣ୍ଟ ସୋ’ ରାଇଜିଙ୍ଗ୍ ଷ୍ଟାର୍ ଭଳି ଜାତୀୟ ପ୍ଲାଟ୍ଫର୍ମରେ ଟପ୍-୧୬ରେ ସ୍ଥାନ ପାଇଛନ୍ତି ଶଶାଙ୍କ । ସବୁ ରିୟାଲିଟି ସୋ ରେ ଏକ ବୟସ ସୀମା ରହିଥାଏ । ନିଜ ଶେଷ ବୟସ ସୀମାକୁ ଆଖିରେ ରଖି ସେ ଏହି ସୋ ରେ ନିଜକୁ ସାମିଲ କରିଛନ୍ତି । ତାଙ୍କ ସୁମଧୁର କଣ୍ଠରେ ଓଡିଶାକୁ ସେଠାରେ ପରିବେଶଣ କରିବାରେ ସକ୍ଷମ ହୋଇପାରିଛନ୍ତି ଶଶାଙ୍କ । ଏତେ ବଡ ବଡ ପ୍ରତିକ୍ଷିତ ବ୍ୟକ୍ତିତ୍ୱଙ୍କ ଆଗରେ ନିଜର କଣ୍ଠଦାନ ଦେଈ ସେ ନିଜକୁ ସାବିତ କରିପାରିଛନ୍ତି । ଓଡିଶାବାସୀଙ୍କ କୃପା ଏବଂ ନିଜର କଠିନ ପରିଶ୍ରମ ବଳରେ ସେ ଆଗକୁ ଉନ୍ନତି କରିପାରନ୍ତି ବୋଲି ଆଶା ପ୍ରକାଶ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More