Only for Entertainment

ଫ୍ୟାନ୍ସଙ୍କୁ ରିତେଶଙ୍କ ଫିଲ୍ମ ପସନ୍ଦ ଆସିଲା ନାହିଁ ତ ଅଭିନେତା ଫେରାଇଲେ ଟଙ୍କା, କିନ୍ତୁ ଦେଖନ୍ତୁ ଟ୍ୱିଷ୍ଟ !

56

ଟ୍ୱିଟରରେ ଷ୍ଟାର ମାନେ ଟ୍ରୋଲ ହେବା କୌଣସି ନୂଆ କଥା ନୁହେଁ । ଅନେକ ସମୟରେ ଯେତେବେଳେ ଫ୍ୟାନ୍ସଙ୍କୁ କାହାର ଫିଲ୍ମ ଭଲ ଲାଗେ ନାହିଁ , ସେମାନଙ୍କୁ ଟ୍ୱିଟରରେ ଖୁବ ଭଲ ମନ୍ଦ କୁହନ୍ତି । କିନ୍ତୁ ଷ୍ଟାର ମାନେ ଏସବୁକୁ ନଜର ଅନ୍ଦାଜ କରିଦିଅନ୍ତି । ଏସବୁ ସେମାନଙ୍କୁ ପାଇଁ ଦେହସୁହା । ଏଭଳି କିଛି ହୋଇଛି ଅଭିନେତା ରିତେଶ ଦେଶମୁଖଙ୍କ ସହ ।

ରିତେଶ ଦେଶମୁଖଙ୍କ ଜଣେ ଫ୍ୟାନ ଯେତେବେଳେ ତାଙ୍କୁ ଟ୍ରୋଲ କରିଛନ୍ତି, ସେ ତାଙ୍କୁ ଜବାବ ଦେଇଛନ୍ତି । ଅସଲରେ ଫ୍ୟାନ ଜଣକ ଟ୍ୱିଟରରେ ରିତେଶଙ୍କୁ ଟ୍ୟାଗ କରି ଲେଖିଥିଲେ ସେ ତାଙ୍କର ବାଙ୍ଗିସ୍ତାନ ଦେଖିବାକୁ ଯାଇଥିଲେ । ଏବେ ତାଙ୍କୁ ରିଫଣ୍ଡ ଆବଶ୍ୟକ । ରିତେଶ ସଙ୍ଗେ ସଙ୍ଗେ ଗୋଟେ ୧୦୦୦ଟଙ୍କା ଦେଇଥିଲେ । ରୁହନ୍ତୁ, ଏଠାରେ ରିତେଶଙ୍କ ରିପ୍ଲାଏରେ ରହିଛି ଏକ ମଜାଦାର ଟ୍ୱିଷ୍ଟ ।

ଅସଲରେ ବାଙ୍ଗିସ୍ତାନ ୨୦୧୫ରେ ରିଲିଜ ହୋଇଥିଲା, ସେହିକାରଣରୁ ରିତେଶ ତାଙ୍କୁ ନୋଟ ମଧ୍ୟ ୨୦୧୫ରେ ଦେଇଛନ୍ତି । ଅର୍ଥାତ ୧୦୦୦ଟଙ୍କା ପୁରୁଣା ନୋଟ । ରିତେଶ ଟ୍ୱିଟରେ ହଜାର ଟଙ୍କିଆ ପୁରୁଣା ନୋଟ ଶେୟାର କରିଛନ୍ତି । ଏହାସହ କ୍ୟାପଶନ ଲେଖିଛନ୍ତି ଯେ ‘ଏ ନିଅ ଟଙ୍କା, ସିଙ୍ଗଡାରେ ଆଡଜଷ୍ଟ କରିନେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More