Only for Entertainment

ଠକେଇ ଅଭିଯୋଗ ଆସିବା ପରେ ସାମ୍ନାକୁ ଆସିଲା ରିତେଶଙ୍କ ପ୍ରତିକ୍ରିୟା

39

ସବୁବେଳେ ନିଜର ଫିଲ୍ମ ଓ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତା ରିତେଶ ଦେଶମୁଖଙ୍କ ଉପରେ ଏବେ କୃଷି ଋଣ ଛାଡ଼ ଯୋଜନାର ଲାଭ ଉଠାଇଥିବାର ଅଭିଯୋଗ ଆସିଛି। ଜଣେ ଟୁଇଟର ବ୍ୟବହାରକାରୀ ଏଭଳି ଅଭିଯୋଗ ଆଣିଥିବା ବେଳେ ଏବେ ଏହାର ଜବାବ ରଖିଛନ୍ତି ରିତେଶ।

ସୂଚନା ମୁତାବକ,  ରିତେଶ ଓ ତାଙ୍କ ଭାଇ ଅମିତ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଦୁହେଁ ଖଣ୍ଡନ କରିଛନ୍ତି। ଦୁହେଁ କୌଣସି କୃଷି ଋଣ ନେଇ ନ ଥିବା ସହ ଋଣ ଛାଡ଼ ଯୋଜନାର ମଧ୍ୟ ଲାଭ ଉଠାଇ ନଥିବା କହିଛନ୍ତି। ମଙ୍ଗଳବାର ମଧୁ ପୂର୍ଣ୍ଣିମା କିଶୋର ନାମକ ଜଣେ ଟୁଇଟର ବ୍ୟବହାର କରି ରିତେଶ ଓ ତାଙ୍କ ଭାଇ ଅମିତଙ୍କ ଉପ‌ରେ ଋଣ ଛାଡ଼ ଯୋଜନାର ଲାଭ ଉଠାଇଥିବାର ଅଭିଯୋଗ ଆଣିବା ସହ ପ୍ରମାଣ ଆକାରରେ ଏକ ଫଟୋ ସେୟାର କରିଥିଲେ। ଟୁଇଟରେ ଲେଖାଥିଲା କି, ମହାରାଷ୍ଟ୍ର ପୂର୍ବ ମୁଖ୍ୟମନ୍ତ୍ରୀ ବିଲାସରାଓ ଦେଶମୁଖଙ୍କ ଦୁଇ ପୁଅ ରିତେଶ ଓ ଅମିତ ଦେଶମୁଖ କୃଷି ଋଣ ଛାଡ଼ର ଲାଭ ଉଠାଇଛନ୍ତି। ସରକାରଙ୍କୁ ୪.୨୫କୋଟି ଟଙ୍କାର ଋଣ ଛାଡ଼ କରିବା ପାଇଁ ଅପିଲ କରିଛନ୍ତି ବୋଲି ଲେଖିଥିଲେ।

 

ଏବେ ଏହାର ଜବାବ ରଖି ରିତେଶ କହିଛନ୍ତି କି, ଟୁଇଟରେ ପ୍ରମାଣ ଆକାରରେ ଯେଉଁ ଫଟୋ ସେୟାର କରାଯାଇଛି, ତାହା ନକଲି। ମୁଁ ଓ ମୋ ଭାଇ କୌଣସି ପ୍ରକାରର ଋଣ ନେଇ ନାହୁଁ। ଋଣ ନେଇ ନାହୁଁ ଯେତେବେଳେ ଏହାକୁ ଛାଡ଼ କରିବା ପାଇଁ ଅବେଦନ କାହିଁକି କରିବୁ। ଦୟାକରି ମିଛ ଖବର ପ୍ରସାର କରନ୍ତୁ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More