Only for Entertainment

ପାକିସ୍ତାନରେ ଏକ ବ୍ୟକ୍ତି ୫୦ ମହିଳାଙ୍କ ମୃତଦେହ ସହିତ ଶାରିରୀକ ସମ୍ପର୍କ ରଖିଥିଲେ !

97

ପାକିସ୍ତାନର ବ୍ୟକ୍ତି ଜଣକ ଏକ କବରସ୍ତାନରେ ଦୀର୍ଘ ୧୫ ବର୍ଷ ଧରି କାମ କରି ଆସୁଥିଲେ । ସେଠାରେ ମୃତ ଦେହକୁ କବର ଦେବା ଲାଗି ତାଙ୍କ ସହ ତାଙ୍କ ସାଙ୍ଗ ବଜିରା ମଧ୍ୟ କାମ କରୁଥିଲେ । ପାକିସ୍ତାନର ସରଗୋଧାର ଦୁହେଁ ସ୍ଥାନୀୟ ବାସିନ୍ଦା । ଯେତେବେଳେ ଲୋକମାନେ ମହିଳାଙ୍କୁ କବର ଦେବା ଲାଗି ଯାଉଥିଲେ ଏବଂ କବର ଦେଇ ଫେରି ଆସୁଥିଲେ , ସେମାନେ ଗଲା ପରେ ଏହି ବ୍ୟକ୍ତି ଦୁଇ ଜଣ ମହିଳାଙ୍କ କବର ଖୋଳି ତାଙ୍କ ସହ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିଲେ । ଅର୍ଥାତ ଲୋକମାନେ ମହିଳାଙ୍କୁ କବର ଦେଇଯିବା ପରେ ସେମାନେ ପୁଣିଥରେ କବର ଖୋଳି ମୃତଦେହ ସହ ଶାରୀରିକ ସମ୍ପର୍କ ରଖୁଥିଲେ।

ପ୍ରଥମେ ବଜିରା ଏପରି କରିବା ପରେ ରିଆଜ୍ ଏହି ଘୃଣ୍ୟ କାର୍ଯ୍ୟ କରୁଥିଲେ। ସେମାନେ ମିଳିତ ଭାବେ ୪୮ ଜଣ ମହିଳାଙ୍କ ମୃତଦେହ ସହ ଶାରୀରିକ ସମ୍ପର୍କ ରକ୍ଷା କରିଥିଲେ। ଏହାପରେ ବଜିରାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ରିଆଜ୍ ଅନ୍ୟ ୨ ଜଣ ମହିଳାଙ୍କ ମୃତଦେହ ସହିତ ଏପରି ଘୃଣ୍ୟ କାର‌୍ୟ୍ୟ କରିଥିଲେ। ତେବେ ଶେଷଥର ଏପରି କରିବାକୁ ଯାଉଥିବାବେଳେ ସମ୍ପୃକ୍ତ ମହିଳାଙ୍କ ମୁହଁ ଖୋଲା ଥିଲା ଏବଂ ତାଙ୍କ ଆଖିରୁ ଏକ ତେଜିଆନ ରଶ୍ମୀ ଦେଖିଥିଲେ । ଏହା ଦେଖି ରିଆଜ୍ ଭୟଭୀତ ହୋଇଯାଇଥିଲେ। ସେ ଚିତ୍କାର କରିଥିଲେ। ଲୋକମାନେ ଦଉଡ଼ି ଆସିବାରୁ ସତ କଥା ଧରା ପଡ଼ିଥିଲା। ପରେ ବିଚାର ହୋଇ ରିଆଜଙ୍କୁ ଦଣ୍ଡାଦେଶ କରାଯାଇଥିଲା। ଏବେ ସେ ଦୀର୍ଘ ୬ ବର୍ଷ ଧରି ଜେଲ ଅଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More