Only for Entertainment

ମାନବିକତା ହଜାଇଲା ଫଟୋ ଉଠାଇବାର ନିଶା, ଜୀବନ ସହ ସଂଘର୍ଷ କରୁଥିଲେ ଯୁବକ, କେହି ସାହାଯ୍ୟ କଲେ ନାହିଁ

punjabkesari
28

ଦେବଭୂମି ହିମାଚଳରେ ପୁଣିଥରେ କିଛି ଲୋକ ମାନବିକତାକୁ ବଳି ପକାଇ ଦେଇଥିବାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଯାହା ଅନ୍ୟ ମାନଙ୍କୁ ଲଜ୍ଜା ଅନୁଭବ କରିବାକୁ ବାଧ୍ୟ କରିଛି । ଆଜ୍ଞା ହଁ ରାସ୍ତା ଦୁର୍ଘଟଣାରେ ଗଭୀର ଆଘାତ ପାଇଥିବା ଯୁବକଙ୍କୁ ହସ୍ପିଟାଲ ନେଇଯିବା ପରିବର୍ତ୍ତେ ଲୋକ ଫଟୋ ଉଠାଇବାରେ ମାତିଲେ ।

ଘଟଣା ହିମାଚଳ ପ୍ରଦେଶର ଦିୟାଲ ଅଂଚଳର । ସେଠାରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଖୁବ ଆଘାତ ପାଇଥିଲେ, କିନ୍ତୁ ଉପସ୍ଥିତ ଲୋକ ସାହାଯ୍ୟ କରିବା ପରିବର୍ତ୍ତେ ଫଟୋ ଉଠାଇ ମଜା ନେଉଥିଲେ । ତେବେ ଏହା ଆମେ କହୁନାହୁଁ ବରଂ ଫଟୋରେ ସଂପୂର୍ଣ୍ଣ ଭାବରେ ଦେଖିବାକୁ ମିଳିଛି ।

ଖବର ଅନୁସାରେ ଯେତେବେଳେ ଏହି ଖବର ପୋଲିସ ଅଧିକାରୀଙ୍କ ନିକଟରେ ପହଂଚିଲା ସେମାନେ ଦୁଇ ଯୁବକଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କଲେ । ଏହି ମଧ୍ୟରେ ଜଣେ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More