Only for Entertainment

ରାତାରାତି ଚୋରି ହେଲା ୮୦୦ ମିଟର ରାସ୍ତା,ଲୋକ କହିଲେ ଇନୋଭେଟିବ ଆଇଡିଆ ।

ndtv
0 56

ଭାରତରେ ସରକାରୀ ଅଧିକାରୀଙ୍କର ସଡ଼କ ଚୋରି କରିବା ଏକ ସାଧାରଣ କଥା ପାଲଟି ଯାଇଛି । ରାସ୍ତା ତିଆରି ହେଉଛି କିନ୍ତୁ ବାସ୍ତବରେ ନୁହେଁ ସରକାରୀ କାଗଜ କଲମ ଭିତରେ । କିନ୍ତୁ ଚୀନରେ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ରାସ୍ତା ଚୋରି କରିଦେଇଥିବା ସୂଚନା ମିଳିଛି ।

ବାସ୍ତବରେ ପୂର୍ବ ଚୀନରେ ଜଣେ ଚୋର ରାତାରାତି ୮୦୦ ମିଟର ଲମ୍ବା କଂକ୍ରିଟ ସଡ଼କକୁ ଚୋରି କରିଦେଇଛି । ୨୪ ଜାନୁୟାରୀକୁ ଗ୍ରାମବାସୀମାନେ ରହସ୍ୟମୟୀ ଭାବରେ ସଡ଼କ ଚୋରି ହୋଇଥିବାକୁ ନେଇ ରିପୋର୍ଟ ଲେଖିଛନ୍ତି । କେହି କେହି ଭାବୁଥିଲେଯେ ରାସ୍ତାର ମରାମତି କାର୍ଯ୍ୟ କରାଯାଉଛି । ତେବେ ଖୁବଶୀଘ୍ର ଏହାର ପର୍ଦ୍ଦାଫାଶ ହୋଇଯାଇଛି । ରିପୋର୍ଟ ଅନୁସାରେ ଝୁ ନାମକ ଜଣେ ବ୍ୟକ୍ତି ସଡ଼କ କିଣିବା ପାଇଁ ଏକ ଲେବର ଏବଂ ଟ୍ରକକୁ ଡାକିଥିଲା । ସେଥିରୁ ବାହାରିଥିବା କଂକ୍ରିଟକୁ ଷ୍ଟୋନ ମ୍ୟାଟେରିଅଲ ଫ୍ୟାକ୍ଟ୍ରିକୁ ପହଂଚାଇଥିଲା ।

ଝୁ ରୋଜଗାରର ରାସ୍ତା ଖୋଜୁଥିଲା । ସେ ଭାବିଲାଯେ ସଡ଼କକୁ କାଟି କଂକ୍ରିଟ ବିକ୍ରି କଲେ ସେ ପ୍ରଚୁର ଟଙ୍କା ରୋଜଗାର କରିବ । ତେବେ ଝୁର କହିବା ଅନୁସାରେ ସେହି ରାସ୍ତାର ବ୍ୟବହାର ହେଉନଥିଲା । ତେଣୁ ସେ ଏହାକୁ ଚୋରି କରିବାର ଉପାୟ ପାଂଚିଥିଲା । ଏହାପରେ ସେ ସେହି କଂକ୍ରିଟକୁ ୫୧ ହଜାର ଟଙ୍କାରେ ବିକ୍ରିି କରିଥିଲା । ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ କମେଂଟ ମଧ୍ୟ ଆସୁଛି ।

ତେବେ ଏହା ପ୍ରଥମ ଥର ଘଟିଛି । ଯେଉଁଥିରେ ରାସ୍ତା ଚୋରି ହୋଇଛି । ଏହା ପୂର୍ବରୁ ଋଷରେ ମଧ୍ୟ ଏହିଭଳି ଘଟଣା ଦେଖିବାକୁ ମିଳିଥିଲା । ସେଠାରେ ଜଣେ ବ୍ୟକ୍ତି ୫୦ କିମି ସଡ଼କ ଚୋରି କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More