Only for Entertainment

ଆଇରନ ମ୍ୟାନଙ୍କ ଇଂଷ୍ଟାଗ୍ରାମ ଆକାଉଂଟ ହ୍ୟାକ

bollywood tadka
37

ଆକ୍ଟର ରୋବର୍ଟ ଡାଉନି ଜୁନିଅରଙ୍କ ଇଂଷ୍ଟାଗ୍ରାମ ଆକାଉଂଟ ହ୍ୟାକ ହୋଇ ଯାଇଛି । ଆକ୍ଟର ଏକ ଟ୍ୱିଟ ମାଧ୍ୟମରେ ଏହି ଖବର ଦେଇଛନ୍ତି । ତାଙ୍କ ଫଲୋର୍ସ ତାଙ୍କ ପେଜ ଖୋଲିଲେ ତ ତାହା ଏକ ୱେସାଇଟକୁ ନେଇଗଲା, ଯେଉଁଥିରେ ଫ୍ରି ଆଇଫୋନ, ମ୍ୟାକବୁକ ଏବଂ ଟେସ୍ଲା କାର ବିଷୟରେ ବିଜ୍ଞାପନ ଥିଲା ।

 


ତାଙ୍କ ଇଂଷ୍ଟାଗ୍ରାମ ପେଜ ପ୍ଲେଷ୍ଟେସନ, ଏପଲ ୱାଚ ଏବଂ ଆମାଜନ ଗିଫ୍ଟ କାର୍ଡ଼ ଦେଉଥିବା ବିଜ୍ଞାପନରେ ଭରି ରହିଥିଲା । ଇଂଷ୍ଟାଗ୍ରାମରେ ଆକ୍ଟରଙ୍କର ୪୩ ମିଲିୟନରୁ ଅଧିକ ଫଲୋର୍ସ ଅଛନ୍ତି । ତେବେ ତାଙ୍କ ଇଂଷ୍ଟାଗ୍ରାମ ହ୍ୟାକ ହୋଇଥିବା କଥା ସେ ଖୁବ ଦୁଃଖରେ ଜଣାଇଛନ୍ତି । ତେବେ ଯେ ପର୍ଯ୍ୟନ୍ତ ଏହି ସମସ୍ୟା ଦୂର ନ ହୋଇଛି ସେପର୍ଯ୍ୟନ୍ତ ସେହି ଆକାଉଂଟ ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More