Only for Entertainment

ଏହି ସହରରେ ଖୋଲିଲା ଦେଶର ଆଉ ଏକ ରୋବୋ ରେସ୍ତୋରାଁ, ଏହିଭଳି ରୋବଟ ପରଷିବେ ଖାଦ୍ୟ !

22

ଆନ୍ଧ୍ରପ୍ରଦେଶ ରାଜଧାନୀରେ ପ୍ରଥମ ଥର ଖୋଲିଲା ଏକ ଏଭଳି ରେସ୍ତୋରାଁ ଯାହା ସମ୍ପୂର୍ଣ୍ଣ ରୋବୋଟିକ । ଅସଲରେ ଏଠାକୁ ଆସିବା ପରେ ଗ୍ରାହକ ନିଜର ଅର୍ଡର ଅନଲାଇନ ମେନୁରୁ ପ୍ଲେସ କରିପାରିବେ । ଏହାପରେ ରୋବର୍ଟ ଦିଆଯାଇଥିବା ଅର୍ଡରକୁ ଆଣି ଟେବୁଲରେ ପରଷିବ । ଏଠାରେ ଆମେ କହି ରଖୁଛୁ ଯେ ଏହା ପୂର୍ବରୁ ଚେନ୍ନାଇରେ ଏଭଳି ରେସ୍ତେରାଁ ଖୋଲା ଯାଇଥିଲା । ଦେଶରେ ପ୍ରଥମ ଥର ଏଭଳି ରେସ୍ତେରାଁ ଏଭଳି ରାଜ୍ୟରେ ଖୋଲା ଯାଇଛି ।

ହାଇଦ୍ରାବାଦରେ ଖୋଲା ଯାଇଥିବା ରେସ୍ତୋରାଁ ରୋବୋ କିଚେନ’ର ମାଲିକ ମଣୀକାନ୍ତଙ୍କ କହିବା ମୁତାବକ ଏଠାକୁ ଆସୁଥିବା ଗ୍ରାହକଙ୍କୁ ପ୍ରଥମେ ଟ୍ୟାବ ଦିଆଯାଉଛି । ଏହି ଟ୍ୟାବ ଦ୍ୱାରା ଗ୍ରାହକ ଅର୍ଡର ପ୍ଲେସ କରିପାରିବେ ।
ରୋବୋ କିଚନରେ ରୋବଟ ଖାଦ୍ୟ ପରଷିବେ ଏବଂ ସେମାନଙ୍କ ନାଁ ରହିଛି ବ୍ୟୁଟି ସର୍ବିଂ ରୋବଟ । ଏବେ ଏହି ରେସ୍ତେରାଁରେ ଅଛନ୍ତି ୪ଜଣ ରୋବଟ । ଏହି ସମସ୍ତ ରୋବଟଙ୍କୁ ପୂରା ଦିନ ସର୍ଭିସ ଯୋଗାଇବା ପାଇଁ ୩ଘଂଟା ପର୍ଯ୍ୟନ୍ତ ଚାର୍ଜ କରାଯାଉଛି ।

ଏଠାରେ ଆମେ କହି ରଖୁଛୁ ଯେ ପ୍ରଥମ ରୋବୋଟିକ ରେସ୍ତୋରାଁ ଜାପାନରେ ୨୦୧୯ରେ ଖୋଲା ଯାଇଥିଲା । ଜାପାନରେ ଏହି ପ୍ରୟୋଗ ସଫଳ ନହେବାରୁ ୨୪୩ରୋବଟଙ୍କୁ ସେବାରୁ ବାହାର କରି ଦିଆଯାଇଥିଲା । ମାତ୍ର ଏହାର ଲୋକପ୍ରିୟତା ଏବେ ବଢିବାରେ ଲାଗିଛି । ନେପାଳରେ ମଧ୍ୟ ରୋବଟିକ ରେସ୍ତୋରାଁ ଆରମ୍ଭ ହୋଇସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More