Only for Entertainment

ଅମିତାଭ-ହେମାଙ୍କ ଏହି ଫିଲ୍ମର ରିମେକ ବନାଇବେ ରୋହିତ ସେଟ୍ଟୀ-ଫରାହ ଖାନ, ଦୀପିକା ଆସି ପାରନ୍ତି ନଜର !

29

ଫିଲ୍ମ କୋରିଓଗ୍ରାଫର ଫରାହ ଖାନ ଏବଂ ରୋହିତ ସେଟ୍ଟୀ ୧୯୮୨ର ସୁପରହିଟ ଫିଲ୍ମ ସତ୍ତେ ପେ ସତ୍ତାର ରିମେକ ପ୍ରସ୍ତୁତ କରିବେ । ଓରିଜିନାଲ ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ହେମା ମାଲିନୀ ନଜର ଆସିଥିଲେ ।

ଖବର ମୁତାବକ ଏବେ ନୂଆ ସୁପରଷ୍ଟାର କାମ କରିବେ । ଦୀପିକାଙ୍କୁ ହେମା ଭୂମିକା ପାଇଁ ଆପ୍ରୋଚ କରାଯାଇଛି । ଖବର ଏହା ମଧ୍ୟ ଶୁଣିବାକୁ ମିଳିଛି ଏହି ଫିଲ୍ମରେ ଫରାହ ହେମା ଏବଂ ଅମିତାଭଙ୍କୁ କାମିଓ ରୋଲ ପାଇଁ ନେବେ ବୋଲି ପ୍ଲାନିଂ କରୁଛନ୍ତି । ଏହାକୁ ରୋହିତ ସେଟ୍ଟୀ ପ୍ରଡ୍ୟୁସ କରିବେ ।

ସୂଚନାଯୋଗ୍ୟା ଫିଲ୍ମ ସ୍କ୍ରିପ୍ଟ ଫାଇନାଲ ହୋଇଯାଇଛି ଏବଂ ମେକର୍ସ ଏବେ କାଷ୍ଟ ଫାଇନାଲ କରିବାକୁ ଚାହୁଁଛନ୍ତି । ଫିଲ୍ମ ବର୍ଷର ଶେଷ ଆଡକୁ ପରଦାକୁ ଆସିପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More