Only for Entertainment

ବୁଲ୍ଗାରିୟାରେ ସମ୍ମାନିତ ହେଲେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀ

hindirush
87

ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀ ଏବେ ଛୋଟ ପରଦାରେ ରିଆଲିଟି ଶୋ ‘ଖତରୋଁ କେ ଖିଲାଡ଼ୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ୟୁରୋପୀୟ ବୁଲ୍ଗାରିୟାରେ ଶୋ’ର ସୁଟିଂ ଚାଲୁଛି । ସ୍ୱାଧୀନତା ଦିବସ ଉପଲକ୍ଷେ ବୁଲ୍ଗାରିୟା ସ୍ଥିତ ଭାରତୀୟ ଏମ୍ବାସୀ ରୋହିତ ସେଟ୍ଟୀଙ୍କୁ ସମ୍ମାନିତ କରାଯାଇଛି । ରୋହିତ ସେଟ୍ଟୀଙ୍କୁ ଭାରତୀୟ ଫିଲ୍ମ ଶୋ’ର ସୁଟିଂ ପାଇଁ ବୁଲ୍ଗାରିୟାକୁ ବାଛିଥିବା ପାଇଁ ସମ୍ମାନିତ କରାଯାଇଛି ।

ରୋହିତ ସେଟ୍ଟୀ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏହି ଭିଡ଼ିଓରେ ଭାରତୀୟ ଦୂତାବାସର ଜଣେ ମହିଳା ଅଧିକାରୀ ଭାରତୀୟ ସିନେମାରେ ତାଙ୍କ ଯୋଗଦାନ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି । ରୋହିତ ସେଟ୍ଟୀ ଭିଡ଼ିଓରେ କ୍ୟାପ୍ସନରେ ଲେଖିଛନ୍ତି, ଏହାକୁ କୁହାଯାଏ ଭାରତୀୟ ସିନେମାର ଶକ୍ତି । ତେବେ ଏଥିପାଇଁ ଗର୍ବ ଅନୁଭବ କରୁଥିବା ଲେଖିଛନ୍ତି ନିର୍ଦ୍ଦେଶକ ନିର୍ମାତା ରୋହିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More