Only for Entertainment

ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମର ଘୋଷଣା, ଫରାହ ଖାନଙ୍କ ସହିତ ଆଗାମୀ ବକ୍ଲବଷ୍ଟର ଫିଲ୍ମ ପାଇଁ ଆରମ୍ଭ କଲେ ପ୍ରସ୍ତୁତି

bollywood life
14

‘ସିମ୍ବା’ର ସଫଳତା ପରେ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମର ଘୋଷଣା ହୋଇସାରିଛି । ରୋହିତ ସେଟ୍ଟୀଙ୍କ ଏହି ଫିଲ୍ମ ଏକ ଆକ୍ସନ- କମେଡିରେ ଭରପୂର ଫିଲ୍ମ ହେବ । ଏହି ଫିଲ୍ମକୁ ଫରାହ ଖାନ ନିର୍ଦ୍ଦେଶନା ଦେବେ । ଆଜ୍ଞା ହଁ, ଏହି ଫିଲ୍ମ ପାଇଁ ରୋହିତ ଫରାହ ଖାନଙ୍କୁ ସାଇନ କରିଛନ୍ତି ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ବିଷୟରେ ଦର୍ଶକଙ୍କୁ ସୂଚନା ଦେଇଛନ୍ତି । ସେ ରୋହିତ-ଫରାହଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଇଟସ୍ ଅଫିସିଆଲ ! ରୋହିତ ସେଟ୍ଟୀ ନିଜର ଆଗାମୀ ଆକ୍ସନ-କମେଡି ଫିଲ୍ମ ପାଇଁ ଫରାହ ଖାନଙ୍କୁ ସାଇନ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଫରାହ ଖାନ । ଏହାକୁ ରୋହିତ ସେଟ୍ଟୀ ପିକଚର୍ସ ବ୍ୟାନରରେ ନିର୍ମାଣ କରାଯିବ । ’

ଆପଣଙ୍କୁ କହିରଖୁଛୁ ଯେ, ସୋସିଆଲ ମିଡିଆରେ କେବଳ ଏହି ଆକ୍ସନ- କମେଡି ଫିଲ୍ମର ଘୋଷଣା କରାଯାଇଛି । ଫିଲ୍ମର ଷ୍ଟାରକାଷ୍ଟ ଏବଂ କାହାଣୀ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ । ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏବେ ନିଜର ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ସୁଟିଂ ଏବେ ଗୋଆରେ ଚାଲୁଛି । ଫିଲ୍ମରେ ଅକ୍ଷୟ କୁମାର ମୂଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ଚଳିତ ବର୍ଷର ଶେଷ ଆଡକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More