Only for Entertainment

ରିଲିଜ ହେଲା ରୋମାଣ୍ଟିକ ମ୍ୟୁଜିକ ଭିଡିଓ ‘ଓ ସାୱରେ’ ଟ୍ରେଲର, ଦେଖିବାକୁ ମିଳିଲା ଡ୍ୟାନ୍ସିଂ ସେନସେସନ୍ ହରିହର ଦାଶଙ୍କ ଜଲୱା ।

you tube
0 42

ପୁଣିଥରେ ନିଜ ଜବରଦସ୍ତ ଡ୍ୟାନ୍ସ ପ୍ରତିଭା ଦେଖାଇଛନ୍ତି ଓଲିଉଡ୍ ଡ୍ୟାନ୍ସିଂ ସେନସେସନ୍ ହରିହର ଦାଶ । ମୁକ୍ତିଲାଭ କରିଥିବା ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ଓ ସାୱରେ’ରେ ହରିହର ଦେଖାଇଛନ୍ତି ନିଜ ଡ୍ୟାନ୍ସ ଓ ରୋମାନ୍ସ । ଏହି ଗୀତର ଟ୍ରେଲର୍ ଏବେ ରିଲିଜ୍ ହୋଇଛି । ଭିଟ୍ୟୁନ୍ ପ୍ରୋ ରେ ଏହାର ଟ୍ରେଲରକୁ ରିଲିଜ୍ କରାଯାଇଛି । ଯେଉଁଥିରେ ହରିହରଙ୍କ ସହ ନାୟିକା ଭାବେ ନଜର ଆସିଛନ୍ତି ସ୍ଥିତି । ଗୀତରେ ସଙ୍ଗୀତ ଭାର ତୁଲାଇଛନ୍ତି ସୁମିତ୍ ଦିକ୍ଷିତ୍ । ଗୀତରେ ଶୁଣିବାକୁ ମିଳିଛି କଣ୍ଠଶିଳ୍ପୀ ଶବିଶେଷଙ୍କ ଗାୟିକି । ଖୁବଶୀଘ୍ର ଏହି ଗୀତର ପୁରା ଭିଡିଓ ୟୁଟୁବରେ ରିଲିଜ୍ କରାଯିବ । ଏହି ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More