Only for Entertainment

ୟୁଟୁବରେ ଚହଳ ସୃଷ୍ଟି କଲା ଓଡିଆ ଡ୍ୟାନ୍ସ – ରୋମାଂଟିକ୍ ସଙ୍ଗ କ୍ରେଜି କ୍ରେଜି !

60

ବିଦେଶ ଲୋକେସନରେ ସୁଟ୍, ଗୀତର ପିକଚରାଇଜେସନ୍, ଅସିତ୍ ତ୍ରିପାଠୀଙ୍କ ଆକର୍ଷଣୀୟ ଗାୟିକୀ ଆଉ ତା ସହିତ ଓଲିଉଡ୍ ଷ୍ଟାର୍ ଦୀପିକ ପରିଡାଙ୍କ କମ୍ ବ୍ୟାକ୍ ରୋମାଂଟିକ୍ ସଙ୍ଗ କ୍ରେଜି କ୍ରେଜି ଗ୍ଲୋବାଲି କରିଛି ପପୁଲାର୍ ।

ଓଡିଆ ସ୍ରୋତାଙ୍କ ମନଜିଣିବା ମନଜିଣିବାରେ ସଫଳ ହୋଇଛି ରୋମାଂଟିକ୍ ଡ୍ୟାନ୍ସ ଗୀତ କ୍ରେଜି କ୍ରେଜି । ଗୀତରେ କଣ୍ଠଶିଳ୍ପୀ ଅସିତ୍ ତ୍ରିପାଠୀଙ୍କ ଆକର୍ଷଣୀୟ ଗାୟିକୀ ଓଡିଆ ସ୍ରୋତାଙ୍କୁ ଆସି ପାରିଛି ଢେର୍ ପସନ୍ଦ । କେବଳ ଓଡିଶା ନୁହେଁ ସାରା ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ରହୁଥିବା ଓଡିଆ ସ୍ରୋତା ଏହି ଗୀତକୁ କରିଛନ୍ତି ପସନ୍ଦ ।

ଅଲ୍ ମାୟା ପ୍ରଡକ୍ସନ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଗୀତରେ ଓଲିଉଡ୍ ଅଭିନେତା ଦୀପକ ପରିଡାଙ୍କୁ ଦେଖିବାକୁ ମିଳିଛି । ଏହି ମ୍ୟୁଜିକ୍ ଭିଡିଓ ଜରିଆରେ ଓଲିଉଡ୍କୁ କମ୍ବ୍ୟାକ୍ କରିଛନ୍ତି ଦୀପକ । ଆଉ ଏହି ମ୍ୟୁଜିକ୍ ଭିଡିଓରେ ଦୀପକ ଓ କଣ୍ଠଶିଳ୍ପୀ ଅସିତଙ୍କ ଅଭିନୟ ଦେଖିବାକୁ ମିଳିଛି ।

ଏହାସହ ଅନେକ ଦିନ ପରେ ଏହି ଗୀତ ଜରିଆରେ କମବ୍ୟାକ କରିଥିବା ଓଲିଉଡ ଅଭିନେତା ଦୀପକ କହିଛନ୍ତି ଆଗକୁ ଏହିଭଳି ଗୀତରେ ସେ ନଜର ଆସିବେ ଏବଂ ଦର୍ଶକଙ୍କ ଭଲ ପାଇବା ଏବଂ ଆର୍ଶୀବାଦ ଏହିଭଳି ତାଙ୍କ ଉପରେ ରହିଥାଉ । ଏହିଭଳି ଗୀତରେ ନିଜର ଯାଦୁ ଦେଖାଇ ଦର୍ଶକଙ୍କୁ ଆହୁରୀ ଖୁସି କରିବେ ବୋଲି କହିଛନ୍ତି ଦୀପକ ।

ଫରେନ୍ ଲୋକେସନ୍ରେ ଗୀତର ସୁଟିଂ କରାଯାଇଥିବାବେଳେ, ଏହାର ପିକ୍ଚରାଇଜେସନ୍ କ୍ରେଜି କ୍ରେଜି ଗୀତକୁ ଲୋକପ୍ରିୟ କରି ପାରିଛି । ଏଥିରେ ଲଣ୍ଡନର ରାସ୍ତାରେ ଫରେନ୍ ଝିଅ ମାନଙ୍କ ସହ ଫ୍ଲର୍ଟ କରିବାରେ ନଜର ଆସିଛନ୍ତି ଦୀପକ ଓ ଅସିତ୍ । ଦୀପକ ଓ ଅସିତଙ୍କ ବିପକ୍ଷରେ ନାୟିକା ଭାବେ ବିଦେଶୀ ସୁନ୍ଦରୀ ସବ୍ରିନା ଏବଂ ଗ୍ରାସ୍ତିଏଲାଙ୍କୁ ଦେଖିବାକୁ ମିଳିଛି । ଆକର୍ଷଣୀୟ ମ୍ୟୁଜିକ୍, ମନଛୁଆଁ ଲିରିକ୍ସ ଏହି ଗୀତକୁ କରିଛି ମନଲୋଭା । ଗୀତରେ ଆରବିକ୍ ମ୍ୟୁଜିକର ଟଚ୍ ଶୁଣିବାକୁ ମିଳିଛି । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ହୋମାୟୁନ୍ ଦେରାକ୍ସନ୍ ।

ଶୁଭକାନ୍ତ ଦାସଙ୍କ ପ୍ରଯୋଜନାରେ ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଲୋତ୍ଫି କଜ୍ । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ୮୦ ହଜାର୍ରୁ ଉଦ୍ଧ୍ୱର୍ ଦର୍ଶକ ଏହି ଗୀତକୁ ଦେଖି ସାରିଲେଣି । ଆଗକୁ ଏହାର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More