Only for Entertainment

ରିଲିଜ ହେଲା ‘ଫ୍ରମ ମି ଟୁ ୟୁ’ ରୋମାଣ୍ଟିକ ଗୀତ ‘କିଛି କିଛି ହେଇଯାଏ’ର ଷ୍ଟୁଡିଓ ଭର୍ସନ

you tube
41

ଆଗାମୀ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’ର ଆଉ ଏକ ରୋମାଂଟିକ୍ ଗୀତର ଷ୍ଟୁଡିଓ ଭର୍ସନ୍ ରିଲିଜ୍ ହୋଇଛି । ଏହି ରୋମାଂଟିକ୍ ଗୀତର ଟାଇଟେଲ୍ ରହିଛି ‘କିଛି କିଛି ହେଇଯାଏ’ । ଏଠାରେ ଷ୍ଟୁଡିଓ ଭିତରେ ଗୀତ ଗାଇବାରେ ନଜର ଆସିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର୍ ଓ ଅନନ୍ୟା ଶ୍ରୀତମ ନନ୍ଦ । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରେମ ଆନନ୍ଦ । ଆଉ ଗୀତର ଲିରିକ୍ସ ଦେଇଛନ୍ତି ଗୀତିକାର ବସନ୍ତରାଜ ସାମଲ୍ । ପୁଣିଥରେ ହ୍ୟୁମାନ୍ ସାଗର୍ ଓ ଅନନ୍ୟାଙ୍କ ଯୁଗଳବନ୍ଦୀ ଶ୍ରୋତାଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ଶ୍ରୋତା ପସନ୍ଦ କରୁଥିବାବେଳେ ମାତ୍ର କିଛି ଦିନ ଭିତରେ ଏହାକୁ ଦେଢ ଲକ୍ଷରୁ ଉଦ୍ଧ୍ୱର୍ ଦର୍ଶକ ଦେଖିସାରିଲେଣି ।

ଟ୍ରାଙ୍ଗୁଲାର୍ ପ୍ରେମ କାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହେଉଥିବାବେଳେ ସିନେମାରେ ନାୟକ ଭାବେ ଜ୍ୟୋତି ଓ ଅମ୍ଳାନଙ୍କୁ ଦେଖିବାକୁ ମିଳିବ । ଆଉ ଏହି ସିନେମାରେ ନାୟିକା ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ । ରିସ୍ତା ୱେଭ୍ସ୍ ଏଂଟରଟେନମେଂଟ୍ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରର କାହାଣୀ, ସ୍କ୍ରିନ ପ୍ଲେ ସହ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ହେମନ୍ତ ସାହୁ । ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More