Only for Entertainment

ଦୀପିକାଙ୍କ ଶୋ’ରେ ରୋମିଲ ଚୌଧରୀଙ୍କ ପ୍ରବେଶ, ଫେଲା ହେଲା ଅଭିନେତ୍ରୀଙ୍କ ବିଗବସ ପ୍ରତିଜ୍ଞା ।

IBTimes India
28

ବିଗବସ ୧୨ ଘରେ ଦୀପିକା କକ୍କର ଏବଂ ରୋମିଲ ଚୌଧରୀଙ୍କ ମଧ୍ୟରେ ସଂପର୍କ ଆଦୌ ଭଲ ନଥିଲା । ତେଣୁ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲେ ଏହି ଦୁଇ ଯୋଡ଼ି । ଦୀପିକା ଶୋ ମଧ୍ୟରେ ଥିବା ସମୟରେ ଏବଂ ଶୋ’ରୁ ବାହାରକୁ ଆସିବା ପରେ ମଧ୍ୟ ଗୋଟିଏ କଥାକୁ ବାରମ୍ବାର କହୁଥିଲେ ମୋ ଜୀବନରେ କେବେ ମଧ୍ୟ ମୁଁ ରୋମିଲ ଚୌଧରୀଙ୍କ ସହିତ ସାକ୍ଷାତ କରିବା ପାଇଁ ଚାହିଁବି ନାହିଁ । ଦୁଇଜଣ ଶୋ ମଧ୍ୟରେ ଦୃଢ ପ୍ରତିଯୋଗୀ ଥିଲେ, ଯାହା ଦ୍ୱାରା ଦୁଇଜଣଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥିଲା । କିନ୍ତୁ ଏବେ ଆସିଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଦୀପିକାଙ୍କ ଶୋ’ କହାଁ ହମ କହାଁ ତୁମ’ରେ ପ୍ରବେଶ କରିବାକୁ ଯାଉଛନ୍ତି ବିଗବସ ୧୨ର ସେହି ପ୍ରତିଯୋଗୀ ରୋମିଲ ଚୌଧରୀ ।

 

 

View this post on Instagram

 

Meet ?karan khanna? 80 % Devil? 20 % Angel? Tottaly Down To Earth? #sandipsikcand #starplus #kahaanhumkahaantum #NewsIndia #abpnews

A post shared by Romil chaudhary (@romilchaudhary02) on


ଶୋ ଆରମ୍ଭ ହେବା ପୂର୍ବରୁ ଚର୍ଚ୍ଚା ହେଉଥିଲାଯେ ରୋମିଲ ଶୋ’ରେ ନଜର ଆସିବେ, କିନ୍ତୁ କେଉଁ ରୋଲରେ ନଜର ଆସିବେ ଏହାର ଖୁଲାସା ହୋଇନଥିଲା । ଖବର ଅନୁସାରେ ରୋମିଲ ଚୌଧରୀ ଦୀପିକାଙ୍କ ଏକ୍ସ ଲଭର ହୋଇ ପ୍ରବେଶ କରିବେ । ରୋମିଲ ଚୌଧରୀ ମଧ୍ୟ ଶୋ’ର ଏକ ପ୍ରମୋ ଶେୟାର କରିଛନ୍ତି । ଏହି ପ୍ରମୋରେ ଦୁଇଜଣ ଏକ ବନ୍ଦ ଅନ୍ଧାର ଘରେ ନଜର ଆସୁଛନ୍ତି । ରୋମିଲଙ୍କ ଏହି ସଫଳତାରେ ହିନା ଖାନ ତାଙ୍କୁ ସୋସିଆଲ ମିଡିଆରେ ଶୁଭେତ୍ସା ଜଣାଇଛନ୍ତି ।

ନେଗେଟିଭି ଚରିତ୍ରରେ ରୋମିଲଙ୍କ ରୋଲ ଦମଦାର ହେବ । ସବୁଠାରୁ ମଜାଦାର କଥା ହେଉଛି ଯେଉଁ ଦୁଇଜଣ ବାସ୍ତବ ଜୀବନରେ ପରସ୍ପରକୁ ପସନ୍ଦ କରୁନଥିଲେ ଏବେ ସେମାନେ ପରଦାରେ ଏକା ସାଙ୍ଗରେ ନଜର ଆସିବେ । ରୋମିଲଙ୍କ ପ୍ରବେଶ ଶୋ’ର ଟିଆରପିକୁ ଜବରଦସ୍ତ ବଢାଇବ ବୋଲି କୁହାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More