Only for Entertainment

ବିଗବସର ବିଜେତା ହୋଇ ପାରନ୍ତି ରୋମିଲ ଚୌଧରୀ, ଜାଣନ୍ତୁ କାହିଁକି ।

navbharattimes.indiatimes.com
53

ଆପଣ ଜଣେ ବିଗବସ ଫ୍ୟାନ କି?କିମ୍ବା ଆମେ କହିପାରିବୁ ଯେ ଆମ ଭଳି ଆପଣ ମଧ୍ୟ ବିଗବସ ଦେଖିବାକୁ ଖୁବ ଭଲପାଆନ୍ତି । ତେବେ ଆମେ ଆଜି କହିବୁ ରୋମିଲଙ୍କ ସହିତ ଜଡ଼ିତ କିଛି କଥା ।ଆସନ୍ତୁ ଆଲୋଚନା କରିବା ।

ପ୍ରମିଜକୁ ପାଳନ କରନ୍ତି ରୋମିଲ । ଯଦି ଆପଣ ରୋମିଲଙ୍କର ଜଣେ ଭଲ ଫ୍ୟାନ ତେବେ ଆମେ କହିରଖୁଛୁଯେ ବିଗବସ ଘରକୁ ପ୍ରବେଶ କରିବା ପରେ ରୋମିଲ ଚୌଧରୀଙ୍କ ରୋଡିଜ ଅଡିସନର ଭିଡ଼ିଓ ଲାଇମଲାଇଟକୁ ଆସିଛି ।ସେହି ଅଡ଼ିସନରେ ସେ କହିଥିଲେଯେ ମୁଁ ଯଦି ଏଠାରେ କିଛି କରିପାରିବି ନାହିଁ ତେବେ ଆଗକୁ ଯିବି ଏବଂ କିଛି ବଡ଼ କରି ଦେଖାଇବି ।ରୋଡିଜ ଶୋ ପାଇଁ ଦୁଇ ଦୁଇ ଥର ରିଜେକ୍ଟ ହେବା ପରେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଓଜନ କମ କରିଥିଲେ ଏବଂ ନିଜକୁ ଅଧିକ ଷ୍ଟ୍ରଙ୍ଗ କରିପାରିଥିଲେ ।

ପ୍ରସିଦ୍ଧ ଜ୍ୟୋତିର୍ବିଦ ସଂଜୟ ବି ଜୁମନାନୀଙ୍କ କହିବା ମୂତାବିକ ରୋମିଲ ଟପ ୫ ଜଣଙ୍କ ମଧ୍ୟରେ ନିହାତି ରହିବେ ।କାରଣ ରୋମିଲ ଭଲ ଭାବରେ ଜାଣନ୍ତି କିଭଳି ଭାବରେ ଅନ୍ୟ ମାନଙ୍କ ସହିତ କଥା ହେବା ଉଚିତ । ତେବେ ଯଦି ଆପଣ ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ୱାସ କରନ୍ତି ତେବେ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ନେଇ ଭବିଷ୍ୟବାଣୀ ଦେଇଥିଲେ ସଂଜୟ ଏବଂ ତାହା ସତ୍ୟ ହେଲା ।

ନିହାତି ଭାବରେ ରୋମିଲଙ୍କୁ ଦେଖିବା ପରେ ଆପଣ ବିକାଶ ଗୁପ୍ତାଙ୍କୁ ମନେ ପକାଉଥିବେ । କାରଣ ତାଙ୍କୁ ସମସ୍ତେ ମାଷ୍ଟରମାଇଣ୍ଡ କହୁଥିଲେ ।କିନ୍ତୁ ରୋମିଲ ବିକାଶଙ୍କ ଭଳି ମାଷ୍ଟରମାଇଣ୍ଡ ନୁହଁନ୍ତି ବରଂ କିଭଳି ଖେଳିବା ଦରକାର ତାହା ସେ ଭଲଭାବେ ଜାଣନ୍ତି । ତେବେ ତାଙ୍କ କଥା ଏବଂ ହସକୁ ସମସ୍ତେ ଖୁବ ପସନ୍ଦ କରନ୍ତି ।ସେ ମଧ୍ୟ ତାଙ୍କ ସାଥି ପ୍ରତିଯୋଗୀଙ୍କୁ ଚିଡ଼ାନ୍ତି କିନ୍ତୁ ତାହା ବିନା ପ୍ରଚଣ୍ଡତାରେ । ତେବେ ଏହା ନିହାତି ଭାବରେ ଏକ କଳା ।

ରୋମିଲ ସବୁବେଳେ ଏକ କୋଣରେ ବସି କିଛି ଭାବନ୍ତି । ନିହାତି ଭାବରେ ତାହା ତାଙ୍କ ହାପି କ୍ଲବ ସଦସ୍ୟଙ୍କ ବିଷୟରେ ।ଯଦିଓ ତାଙ୍କ ମାଇଣ୍ଡରେ ବହୁତ କିଛି ଚାଲେ ତେବେ ଆପଣ ଘୃଣା କରିପାରନ୍ତି ,କିନ୍ତୁ ଆପଣ ତାଙ୍କୁ ଏଭଏଡ କରିପାରିବେ ନାହିଁ ।

ଖୁବ ସମ୍ମାନର ସହିତ କଥାବର୍ତ୍ତା କରନ୍ତି, ବିଶେଷ କରି ମହିଳା ପ୍ରତିଯୋଗୀଙ୍କୁ ସେ ଖୁବ ସମ୍ମାନ ଦିଅନ୍ତି ।ଏହା ପ୍ରଥମ ଦିନରୁ ହିଁ ଦେଖିବାକୁ ମିଳିଛି । ସେ କେବେ ମଧ୍ୟ ଉଚ୍ଚ ସ୍ୱରରେ କଥା ହୁଅନ୍ତି ନାହିଁ ଏବଂ କାହାକୁ କେବେ ମଧ୍ୟ ଖରାପ ଭାଷା ବ୍ୟବହାର କରନ୍ତି ନାହିଁ ।ଅବଶ୍ୟ କେବେ କେବେ ଛୋଟ କଳହ କରନ୍ତି କିନ୍ତୁ ଯେତେବେଳେ ଅନ୍ୟ କୌଣସି ସମାଧାନର ରାସ୍ତା ବାହାରି ନଥାଏ । ଅନ୍ୟ ମାନଙ୍କ ଭଳି ଅଯଥା ଡ୍ରାମା କରନ୍ତି ନାହିଁ । ଅଧିକାଂଶ ସମୟରେ ଦେଖିବାକୁ ମିଳେ ଯେ କେବେ ମଧ୍ୟ ସେ ‘ମାଡାମ ଜି ସରି’ କହିବାକୁ ଲାଜ କରନ୍ତିି ନାହିଁ । ଯଦି କୌଣସି ଭୁଲ କରିଥାନ୍ତି ସେ କ୍ଷମା ମାଗନ୍ତି ଏବଂ ତାହା ଯେ ଖୁବ ବାସ୍ତବତା ତାହା ସଂପୂର୍ଣ୍ଣ ଭାବରେ ଦେଖାଯାଏ ।

ସେ ଖୁବ ଆକର୍ଷଣୀୟ । ତାଙ୍କ ହସ ଖୁବ ଆଡୋରେବଲ । ତେବେ କୁହାଯାଇପାରେଯେ କେବଳ ସୁନ୍ଦର ନୁହଁନ୍ତି ଖୁବ ଗୁଣବାନ ମଧ୍ୟ । ଯେତେବେଳେ ତାଙ୍କ ବିବାହର ଫଟୋ ସାମ୍ନାକୁ ଆସିଲା ମିଲିଅନ ଝିଅଙ୍କ ହୃଦୟ ଭାଙ୍ଗିଗଲା ।ତେବେ ସମସ୍ତ କଥାକୁ ନଜର ପକାଇଲେ କୁହାଯାଇପାରେଯେ ରୋମିଲ ବିଜେତା ହୋଇପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More