Only for Entertainment

ଶିଳ୍ପାଙ୍କୁ ସପୋର୍ଟ କଲେ ପୂର୍ବ ପ୍ରେମିକ ରୋମିତ ରାଜ

indiatimes
0 48

ବିବାଦୀୟ ସୋ’ ‘ବିଗବସ-୧୧’ର ଫାଇନାଲ ଆଉ କିଛି ଦିନ ମଧ୍ୟରେ ଶେଷ ହୋଇଯିବ । ପୂର୍ବ ସିଜନ ମଧ୍ୟରୁ ଏହି ସିଜନରେ ଦର୍ଶକଙ୍କୁ ଅଧିକ ବିବାଦ ଦେଖିବାକୁ ମିଳିଥିଲା । ଏହି ସୋ’ରେ ବର୍ତ୍ତମାନ ଆଉ ମାତ୍ର ୫ଜଣ ପ୍ରତିଯୋଗୀ ଅଛନ୍ତି । ଏମାନଙ୍କ ମଧ୍ୟରେ ଏବେ ଜୋରଦାର ଟକ୍କର ଦେଖିବାକୁ ମିଳୁଛି । ଖବର ମୁତାବକ ଟପ୩ରେ ଶିଳ୍ପା ସିନ୍ଦେଙ୍କ ସମେତ ହିନା ଖାନ ଏବଂ ବିକାଶ ଗୁପ୍ତା ପ୍ରତିଯୋଗୀ ଥିବା ଅନୁମାନ କରାଯାଉଛି । ଯେପରି ଏହି କାର୍ଯ୍ୟକ୍ରମ ଶେଷ ହୋଇଆସୁଛି, ସେହିଭଳି ଏହାର ଫଳାଫଳକୁ ନେଇ ଦର୍ଶକ ମାନଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ଏଥର ଘରୁ ବାହାରିଥିବା ଲବ ତ୍ୟାଗୀଙ୍କ ମୁହଁରୁ ମଧ୍ୟ ଶୁଣିବାକୁ ମିଳିଥିଲା ଶିଳ୍ପା ସିନ୍ଦେଙ୍କ ନାଁ । ଲବ ତ୍ୟାଗୀ ବିଗବସ ଗୃହରୁ ଅନ୍ତିମ ବିଦାୟ ନେଲା ପରେ କହିଥିଲେ ଶିଳ୍ପା ସିନ୍ଦେ ‘ବିଗବସ-୧୧’ର ବିଜୟୀ ହୋଇପାରନ୍ତି । ଶିଳ୍ପାଙ୍କୁ ଦର୍ଶକଙ୍କ ସମେତ ଟିଭି ଇଣ୍ଡଷ୍ଟ୍ରିରୁ ମଧ୍ୟ ସର୍ପୋଟ ମିଳୁଥିବା ଲବ ତ୍ୟାଗୀ ପ୍ରକାଶ କରିଛନ୍ତି ।

ଏହାଭିତରେ ଶିଳ୍ପାଙ୍କ ପୂର୍ବ ପ୍ରେମିକା ରୋମିତ ରାଜଙ୍କ ତରଫରୁ ମଧ୍ୟ ଅନେକ ସପୋର୍ଟ ମଧ୍ୟ ମିଳୁଛି । ରୋମିତ ସୋସିଆଲ ମିଡିଆ ଜରିଆରେ ଶିଳ୍ପାଙ୍କ ପାଇଁ ଏବେ ବି ତାଙ୍କ ମନ ଭିତରେ ଥିବା ଅନୁଭବକୁ ପରିବ୍ୟକ୍ତ କରିଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଲେଖିବା ପରିବର୍ତ୍ତେ କିମ୍ବା ସୋସିଆଲ ମିଡିଆରେ ଟ୍ରୋଲ କରିବା ପରିବର୍ତ୍ତେ ନିଜ ପ୍ରିୟ ପ୍ରତିଯୋଗୀଙ୍କୁ ଭୋଟ କରିବାକୁ ରୋମିତ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ରୋମିତଙ୍କ ଜୀବନରେ ଶିଳ୍ପାଙ୍କ ମହତ୍ୱ ଏବେ ରହିଛି ଏବଂ ସେ ଶିଳ୍ପାଙ୍କୁ ବହୁତ ସମ୍ମାନ କରୁଥିବା କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଶିଳ୍ପା ଏବଂ ରୋମିତ ରାଜଙ୍କ ସାକ୍ଷାତ ଏକ ସୋ’ ଜରିଆରେ ହୋଇଥିଲା । ଦୁହେଁ ଦୁହିଁଙ୍କୁ ବହୁତ ପସନ୍ଦ କରୁଥିଲେ । ଶିଳ୍ପା ରୋମିତଙ୍କ ଠାରୁ ୩ବର୍ଷ ବଡ ଥିଲେ । ଦୁହେଁ କିଛି ଦିନ ପୂର୍ବେ ବିବାହ କରିବା ପାଇଁ ମଧ୍ୟ ପଦକ୍ଷେପ ନେଇଥିଲେ । ମାତ୍ର ବିବାହର ୨ଦିନ ପୂର୍ବରୁ ଶିଳ୍ପା ରୋମିତଙ୍କ ସହ ସମସ୍ତ ସମ୍ପର୍କ ତୁଟାଇ ଦେଇଥିଲେ । ଏକ ସାକ୍ଷାତକାରରେ ଶିଳ୍ପା କହିଥିଲେ ଯେ ରୋମିତଙ୍କ ସହ ତାଙ୍କର ବୁଝାମଣା ସଠିକ ରହିପାରୁନାହିଁ ତେଣୁ ରୋମିତଙ୍କ ସହ ତାଙ୍କର ସମ୍ପର୍କ ସେ ଭଙ୍ଗ କରିଥିଲେ । ଏହାପରେ ରୋମିତ ତାଙ୍କ ଭବିଷ୍ୟତ ଆଗକୁ ବଢାଇ ଅନ୍ୟତ୍ର ବିବାହ କରିଥିଲେ ମାତ୍ର ଶିଳ୍ପା ଏବେ ବି ଏକା ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More