Only for Entertainment

ପୁଣି ଥରେ ଓଲିଉଡ ଜଗତକୁ ଫେରୁଛନ୍ତି ଏହି ନାୟକ

youtube.com
0 48

ଏବେ ଏକ ଓଡ଼ିଆ ସିନେମାରେ ଜଣେ  ନାୟକ ଫେରୁଛନ୍ତି । ଏଠାରେ ଯେଉଁ ସିନେମା କଥା କୁହାଯାଉଛି ତାହାର ଟାଇଟଲ ହେଲା ‘ ଏକ୍ସ୍‍କ୍ୟୁଜ୍‌ ମି’ । ଏଥିରେ ରୋନକ ଦାଶ ଅଛନ୍ତି ନାୟକ ଭୂମିକାରେ । ଏଠାରେ ସୂଚନାଯୋଗ୍ୟ ଅତୀତରେ କେତେଜଣ ପ୍ରଯୋଜକ ନିଜ ପ୍ରଯୋଜିତ ପ୍ରଥମ ଫିଲ୍ମରେ ବି ନାୟକ ହୋଇଛନ୍ତି । ଏହି କ୍ରମରେ ଚଳିତ ବର୍ଷ ଆସୁଛନ୍ତି ‘ଏକ୍ସକ୍ୟୁଜ୍‌ ମି’ର ନାୟକ ରୋନକ ଦାଶ । ଏହା ଆଗରୁ  ସେ ସାହିତ୍ୟ ଦିଦିରେ ନାୟକ ଭୂମିକାରେ ଅଭିନୟ କରିଥିଲେ ।  ଏହି ଫିଲ୍ମର ସଫଳତା ଉପରେ ତାଙ୍କର କ୍ୟାରିଅର୍‌ ନିର୍ଭର କରେ ବୋଲି କୁହାଯିବ ।

ଏହାର ପ୍ରଯୋଜନା କରିଛନ୍ତି ରୋନକ୍‌ ଦାଶ । ରୋହଣ୍‌ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି ଉମେଶ ଦାଶ ( ଟନିଆ) । ସେ ଓଡ଼ିଆ ଚଳଚ୍ଚିତ୍ର ଟେଲିଜଗତ ଓ ନାଟ୍ୟ ଜଗତରେ ଜଣେ ଜଣାଶୁଣା ଅଭିନେତା । ତା’ଛଡା ଉମେଶ ଦାଶ ନାଟ୍ୟ ନିର୍ଦ୍ଦେଶକ ଭାବେ ମଧ୍ୟ ବେଶ୍‌ ଲୋକପ୍ରିୟ । ତାଙ୍କୁ ସମସ୍ତେ ଟନିଆଁ ନାମରେ ଜାଣନ୍ତି ।

ଏହି ଫିଲ୍ମରେ କାହାଣୀ ଓ ସଂଳାପ ରଚନା କରିଛନ୍ତି ସଂଜୟ ମହାକୁଳ । ଗୀତ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି ଓ ସଂଜୟ ମହାକୁଳ । ଦୀର୍ଘ ଦିନ ବ୍ୟବଧାନରେ ଏକ ଓଡ଼ିଆ ଚଳଚିତ୍ରରେ ପୁଣି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶରତ ନାୟକ । ‘ ଏକ୍ସକ୍ୟୁଜ୍‌ ମି’ ର ସଙ୍ଗୀତକାର ହେଲେ ଶରତ ନାୟକ । ଲୁବୁନ୍‌-ଟୁବୁନ୍‌ ଏବଂ ଅମିତ୍‌ ଏହି ଚଳଚିତ୍ରରେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ , କାଳିଆ, ଅନିତା ଦାସ, ବୀଣା ମହାରଣା, ରବି ମିଶ୍ର, ସଲିଳ ମିତ୍ର, ସରୋଜ ଦାଶ ଓ ନିଜେ ଉମେଶ ଦାଶ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More