Only for Entertainment

ଖୁବ ଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ‘ରାଉଡି ରାଥୋଡ’ର ସିକ୍ୱଲ

google
35

ଦୀର୍ଘ ୭ ବର୍ଷ ପରେ ବକ୍ସ ଅଫିସରେ ପୁଣି ଧମାଲ ମଚାଇବାକୁ ଯାଉଛି ‘ରାଉଡି ରାଥୋଡ’ । ଏହାର ଦ୍ୱିତୀୟ ଭାଗ ପ୍ରସ୍ତୁତ ହେବ ବୋଲି କିଛି ଦିନ ପୂର୍ବେ ଚର୍ଚ୍ଚା ହେଉଥିଲା । ଏହାର ପ୍ରଥମ ଭାଗରେ ଖିଲାଡୀ କୁମାର ଏବଂ ସଂଜୟ ଲୀଲା ଭଂସାଲୀ ପ୍ରଥମ ଥର ପାଇଁ ଏକାଠି କାମ କରିଥିଲେ । ଦୁହେଁ ଏହାର ଦ୍ୱିତୀୟ ଭାଗ ନିର୍ମାଣ କରିବା ପାଇଁ ବର୍ତ୍ତମାନ ଅଣ୍ଟା ଭିଡ଼ିଛନ୍ତି । ଆସନ୍ତା ୨୦୨୦ ମସିହାରେ ଏହାର ସୁଟିଂ କାମ ଆରମ୍ଭ ହେବ ବୋଲି ପ୍ରଡକ୍ସନ ଟିମ୍‍ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉ ଯେ, ଅକ୍ଷୟ କୁମାରଙ୍କ ଅଭିନୀତ ‘ପ୍ୟାଡମ୍ୟାନ’ର ପ୍ରମୋଶନ୍‍ ବେଳେ ସେ ‘ରାଓଡି ରାଥୋଡ୍‍-୨’ ପାଇଁ କାମ କରିବାକୁ ଇଚ୍ଛା ପ୍ରକାଶ କରିଥଲେ । ପ୍ରଥମ ଭାଗରେ ପ୍ରଭୁଦେବା ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଥିବା ବେଳେ ଏଥର କିଏ କରିବ ତାହା ପ୍ରଶ୍ନବାଚୀ ହୋଇଛି । ଏଥି ସହିତ ଅକ୍ଷୟଙ୍କ ବିପକ୍ଷରେ କେଉଁ ଅଭିନେତ୍ରୀ କାମ କରିବେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ମୁମ୍ବାଇ ମିରର୍‍କୁ ଦେଇଥିବା ସାକ୍ଷାତ୍‍କାରରେ ସଂଜୟ ଲୀଲା ଭଂସାଲୀ ଫିଲ୍ମଟିର ସ୍କ୍ରିପ୍ଟ ଉପରେ କାର୍ଯ୍ୟ ଚାଲିଥିବା କହିଛନ୍ତି

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More