Only for Entertainment

କାହିଁକି ନିଜ ବିବାହରେ ଭାବୁକ ହେଲେ ପ୍ରିନ୍ସ ହ୍ୟାରୀ, ଭିଡିଓ ହେଉଛି ଭାଇରାଲ

People
0 40

ଶେଷରେ ବ୍ରିଟେନର ପ୍ରିନ୍ସ ହ୍ୟାରୀ ଏବଂ ଅଭିନେତ୍ରୀ ମେଗନ ମର୍କେଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପୁରା ଦୁନିଆରେ ଦୁହିଁଙ୍କ ରାଜକୀୟ ବିବାହର ଖୁସିରେ ସାମିଲ ହୋଇଥିଲା । ଏହି ବିବାହରେ ଏପରି ଏକ ସମୟ ଆସିଥିଲା ଯାହା ପୁରା ଦୁନିଆକୁ ଭାବୁକ କରିଦେଇଥିଲା । ବିବାହ ସମୟରେ ଏକ ସୁନ୍ଦର ଏବଂ ଇମୋସନାଲ ଦୃଶ୍ୟ ଦେଖିବାକୁ ମିଳିଥିଲା । ଭାଇରାଲ ହେଉଥିବା ଏହି ଭିଡିଓରେ ପ୍ରିନ୍ସ ହ୍ୟାରୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି । ପ୍ରିନ୍ସ ହ୍ୟାରୀ ପତ୍ନୀ ମେଗନଙ୍କୁ ଦେଖି ଖୁସିରେ କାନ୍ଦୁଥିବାର ନଜର ଆସିଛନ୍ତି ।


ପ୍ରିନ୍ସ ହ୍ୟାରୀ ପତ୍ନୀ ମେଗନଙ୍କୁ ଗାଉନ ପିନ୍ଧି ଆସୁଥିବାର ଦେଖି ଖୁବ ଭାବୁକ ହୋଇଯାଇଥିଲେ । ଏହି ଐତିହାସିକ ମୁହୂର୍ତ୍ତକୁ ପୁରା ଦୁନିଆ ଦେଖିଥିଲା । ପ୍ରିନ୍ସ ହ୍ୟାରୀଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ରାଜକୀୟ ବିବାହରେ କେବଳ ପ୍ରିନ୍ସ ହ୍ୟାରୀ ନହଁନ୍ତି ମେଗନଙ୍କ ମା’ ଡାରିସ ରାଗଲେଣ୍ଡଙ୍କୁ ମଧ୍ୟ ଭାବୁକ ହେବାର ଦେଖିବାକୁ ମିଳିଥିଲା ।

harry1

ଉଲ୍ଲେଖଯୋଗ୍ୟ ଯେ, ପ୍ରିନ୍ସ ହ୍ୟାରୀ ଏବଂ ମେଗନଙ୍କ ବିବାହକୁ ଲୋକେ ବଡ ପରଦାରେ ଲାଇଭ ଦେଖିଥିଲେ । ବିବାହପରେ ଦୁହେଁ ଏକ ସୋଭାଯାତ୍ରାରେ ବାହାରିଥିଲେ ଏବଂ ରାସ୍ତାରେ ଉପସ୍ଥିତ ଜନତାଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More