Only for Entertainment

ଦୃତଗତିରେ ଯାଉଥିବା ଟ୍ରେନରୁ ଗଳି ପଡିଲେ ଯାତ୍ରୀ, ଏଭଳି ଜୀବନ ରକ୍ଷା କଲେ ଜବାନ !

28

‘ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ’ ଉକ୍ତି ଟି କରିବାର ଯଥାର୍ଥ ହେଉଛି, ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ତାମିଲନାଡୁ ରେଳ ଷ୍ଟେସନରେ ଘଟିଛି। ଏହି ଘଟଣାର ଦୃଶ୍ୟ ଦେଖିଲେ ଯେକେହି ବି ସ୍ତବ୍ଧ ହୋଇ ରହିଯିବ। ଦ୍ରୁତ ଗତିରେ ମାଡି ଆସୁଥିଲା ଟ୍ରେନରୁ ଖସି ପଡ଼ୁଥିବା ଯାତ୍ରୀଙ୍କୁ ସେଠାରେ ଉପସ୍ଥିତ ଆରପିଏଫ ଯବାନଙ୍କ କପରି ଉପସ୍ଥିତ ବୁଦ୍ଧି ହେତୁ ତାଙ୍କୁ ଉଦ୍ଧାର କରି ନେଇଥିଲେ ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସୂଚନାଯୋଗ୍ୟ, ତାମିଲନାଡୁ ରେଳ ଷ୍ଟେସନରେ ଏକ ପାସେଞ୍ଜର ଟ୍ରେନଟି ପ୍ଲାଟଫର୍ମରେ ଦ୍ରୁତ ଗତିରେ ମାଡି ଆସୁଥିଲା। ଏହି ସମୟରେ ଟ୍ରେନ୍‌ରୁ ଜଣେ ଯାତ୍ରୀ ହଠାତ୍‌ ଖସିପଡିଥିଲେ । ସେହି ସମୟରେ ସେଠାରେ ଥିବା ସିଆରପିଏଫ ଯବାନ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଉକ୍ତ ଯାତ୍ରୀଙ୍କୁ ତଳକୁ ଖସିପଡ଼ିବାରୁ ଟାଣି ତାଙ୍କ ଜୀବନ ରକ୍ଷା କରିଥିଲେ। ଏହି ଘଟଣାର ଦୃଶ୍ୟ ସିସିଟିଭିରେ କୈଦ୍‌ ହୋଇ ଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More