Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ରୁମାଲି ରୁଟି

kanaklifestyle
48

ପ୍ରତିଦିନ ତ ଆପଣ ଘରେ ରୁଟି ତିଆରି କରି ଖାଉଥିବେ, କିନ୍ତୁ ରୁମାଲି ରୁଟି ସବୁବେଳେ ଖାଇବାକୁ ମିଳେ ନାହିଁ । କୌଣସି ପାର୍ଟିକୁ ଯାଇଥିଲେ ହୁଏତ ଏହି ରୁମାଲି ରୁଟି ଖାଇବାକୁ ମିଳେ । କିନ୍ତୁ ଯଦି ଘରେ ଏହାକୁ ପ୍ରସ୍ତୁତ କରିହେବ, ତାହା ପୁଣି ଅତି ସହଜରେ, ତେବେ କିଭଳି ହେବ? ନିହାତି ଭାବରେ ଏହାକୁ ଖାଇଲେ ଘରର ସଦସ୍ୟମାନେ ଖୁବ ଖୁସି ହୋଇଯିବେ । ଏହାକୁ କିଭଳି ପ୍ରସ୍ତୁତ କରିବେ ଆସନ୍ତୁ ଆଲୋଚନା କରିବା ।

ଆବଶ୍ୟକୀୟ ସାମଗ୍ରୀ-
୩ କପ ଅଟା
୧ କପ ମଇଦା
୨ କପ ପାଣି
ବେଲିବା ପାଇଁ ଅଟା

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଅଟା ଓ ମଇଦାକୁ ମିଶାଇ ଏକ ଡଫ ପ୍ରସ୍ତୁତ କରନ୍ତୁ । ଏହାକୁ ୨ରୁ ୩ ଘଂଟା ପାଇଁ ଘୋଡ଼ାଇ ରଖି ଦିଅନ୍ତୁ । ଏହାପରେ ଏହାକୁ ଛୋଟ ଛୋଟ ଗୋଲ କରନ୍ତୁ । ଏବେ ଏକ ତାୱା ବା କଡ଼ାଇକୁ ନିଆଁ ଉପରେ ଓଲଟାଇ ରଖନ୍ତୁ । ଅର୍ଥାତ ପ୍ରତିଦିନ ଯେଉଁ ପାଶ୍ୱର୍ରେ ରୁଟି କରୁଛନ୍ତି ତାହା ରୁମାଲି ରୁଟି କରିବା ସମୟରେ ତଳ ଭାଗକୁ ରହିବ । ଏହା ତାତିବା ସମୟରେ ରୁଟିକୁ ବଡ଼ ବଡ଼ ପତଳା କରି ବେଲନ୍ତୁ । ତାହାକୁ ଏବେ ସେହି ତାୱା ବା କଡ଼ାଇ ଉପରେ ପକାନ୍ତୁ । ୧୦ରୁ ୧୨ ସେକେଣ୍ଡ ପରେ ଓଲଟାଇ ଦିଅନ୍ତୁ ବା ଛୋଟ ଛୋଟ ଫୋଟକା ଆସିବା ପରେ ଓଲଟାନ୍ତୁ । ଏହାପରେ ଅନ୍ୟ ପାଶ୍ୱର୍ ସାମାନ୍ୟ ରଙ୍ଗ ବଦଳିବା ପରେ ବାହାର କରି ଦିଅନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ରୁମାଲି ରୁଟି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More