Only for Entertainment

ସହରୀ ପିଲାଙ୍କ ଠାରୁ ଗାଁ ପିଲା ଅଧିକ ସ୍ୱାସ୍ଥ୍ୟବାନ !

newsgram
0 34

ଶୁଣାଯାଏ ଗାଁ ଛୁଆଙ୍କ ଠାରୁ ସହରୀ ଛୁଆ ଅଧିକ ସୁସ୍ଥବାନ । କାରଣ ସହରୀ ଛୁଆ ଅଧିକ ଆଦର ଓ ଯତ୍ନରେ ବଢିଥାନ୍ତି।  କିନ୍ତୁ  ଏହି ଧାରଣା ଏବେ ଭୁଲ ପ୍ରମାଣିତ ହୋଇଛି। ଏକ ଗବେଷଣାରୁ ଜଣାପଡିଛି ଗାଁରେ ରହୁଥିବା ଶିଶୁ ସହରରେ ରହୁଥିବା  ଶିଶୁଙ୍କ ଅପେକ୍ଷା କମ୍‌ ରୋଗରେ ପଡନ୍ତି।

୨୦ରୁ ୪୦ବର୍ଷ ମଧ୍ୟରେ ଥିବା ୪୦ଜଣଙ୍କୁ  ନେଇ ଏହି  ଗବେଷଣା କରାଯାଇଥିଲା।  ଏଥିରୁ ଅଧା ପିଲା ଗ୍ରାମାଞ୍ଚଳ ପରିବେଶରେ ବଢିଥିବା ଅଧା ସହରୀ ଢାଞ୍ଚାରେ ବଢି ଥିଲେ। ଏଥିରୁ ଜଣାପଡିଥିଲା ଯେ,  ଗାଉଁଲି ପରିବେଶରେ ବଢୁଥିବା ଶିଶୁମାନଙ୍କର ରୋଗପ୍ରତିରୋଧକ ଶକ୍ତି ଅଧିକ। କାରଣ ନିର୍ମଳ ପରିବେଶ, ଗୃହପାଳିତ ପଶୁଙ୍କ ପ୍ରଭାବରେ ଗାଁ ପରିବେଶକୁ  ସନ୍ତୁଳିତ କରେ।  ସେମାନେ ମାନସିକ କ୍ଷେତ୍ରରେ ମଧ୍ୟ ସୁସ୍ଥ ରୁହନ୍ତି।  ଗ୍ରାମୀଣ ବାତାବରଣରେ ରହିବା ଦ୍ୱାରା ଆଜ୍‌ମା ବା ଆଲର୍ଜି ପରି ସମସ୍ୟା ହେବା ଆଶଙ୍କା କମ୍ ରହିଥାଏ।

କିନ୍ତୁ ସହରର ପ୍ରଦୂଷିତ ପରିବେଶ, ଜୈବିକ ଅସନ୍ତୁଳନ ଛୋଟ ପିଲାଙ୍କ ଜୀବନ ଉପରେ ଅନେକ କୁ ପ୍ରଭାବ ପକାଉଛି।  ଜର୍ମାନୀ ୟୁନିଭରର୍ସିଟି ଅଫ୍‌ ଉଲ୍ମ ଓ ଆମେରିକାର ୟୁନିଭରର୍ସିଟି ଅଫ୍‌ କୋଲୋରୋଡୋ ବୋଲ୍ଡରରେ ହୋଇଥିବା ଗବେଷଣା ରୁ ଏମିତି ତଥ୍ୟ ସାମ୍ନାକୁ ଆସିଛି।  ପ୍ରେସିଡେଣ୍ଟ୍‌ ଅଫ୍‌ ଦି ନ୍ୟାସନାଲ ଏକାଡେମି ଅଫ୍‌ ସାଇନ୍ସ ନାମକ ଏକ ପତ୍ରିକାରେ ପ୍ରକାଶିତ ଖବର ଅନୁସାରେ ଅନୁର୍ବର ବାତାବରଣରେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ଅଧିକ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More