Only for Entertainment

ବାଥଟବରେ କଏନ ଭର୍ତ୍ତି କରି ଆଇଫୋନ ନେବା ପାଇଁ ପହଁଚିଲେ ବ୍ୟକ୍ତି, ଭିତରକୁ ଯିବା ପରେ ହେଲା କିଛି ଏପରି, ଦେଖନ୍ତୁ ଭିଡିଓ

ndtv
30

ରୁଷିଆରେ ଏପରି କିଛି ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ରୁଷିଆର କିଛି ବ୍ୟକ୍ତି ଆପଲ ଆଇଫୋନ ଏକ୍ସ ଏସ ନେବା ପାଇଁ ବାଥ ଟବରେ କଅନ ଭର୍ତ୍ତି କରି ଏକ ମମଲରେ ପହଁଚିଥିଲେ । ରୁଷିଆନ ବ୍ଲଗର ସ୍ୟାତୋସ୍ଲାବ କେମ୍ବାଲେଙ୍କୋ ନିଜ ଇଂଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ବ୍ୟକ୍ତି କଏନ ଭର୍ତ୍ତି ବାଥଟବ ନେଇ ମଲରେ ପହଁଚିଥାନ୍ତି । ଡେଲି ମେଲର ଖବର ଅନୁସାରେ ସେମାନେ ବାଥ ଟବରେ ୧ ଲକ୍ଷ ରୁଷିଆନ ରୁବି ନେଇ ମଲକୁ ଆସିଥିଲେ । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ଏକ ଲକ୍ଷ ୮ ହଜାର ଟଙ୍କା ।
୩୫୦ କିଲୋର ବାଥଟବ ନେଇ ମଲରେ ପହଁଚିବା ମାତ୍ରେ ତାଙ୍କୁ ସୁରକ୍ଷାକର୍ମୀ ଷ୍ଟୋର ଭିତରକୁ ଯିବାକୁ ଦେଇନଥିଲେ । ଏହା ପରେ ସେମାନେ କୁହନ୍ତି ଏଥିରେ ଭୁଲ କ’ଣ । କିଛି ସମୟ ପରେ ସେମାନଙ୍କୁ ଆପଲ ଷ୍ଟୋରକୁ ଯିବାକୁ ଅନୁମତି ମିଳିଯାଏ ।

 

ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ, ଆପଲ ଷ୍ଟୋର କଏନରେ ପେମେଣ୍ଟ ନେବାକୁ ରାଜି ହୋଇଯାଆନ୍ତି ଏବଂ ସେମାନଙ୍କୁ ୨୫୬ ଜିବିର ଆଇଫୋନ ଏକ୍ସ ଏସ ଦିଅନ୍ତି । ଖବର ଅନୁସାରେ ଏହି କଏନକୁ ଗଣିବା ପାଇଁ ଷ୍ଟୋର କର୍ମଚାରୀଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା । ଛୋଟ କଏନକୁ ମଧ୍ୟ ଲୋକଙ୍କ ସମ୍ନାକୁ ଆଣିବା ପାଇଁ ଷ୍ଟୋର ଏହି ପଦକ୍ଷେପ ନେଇଥିବା ଜଣାପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More