Only for Entertainment

ମହିଳା କର୍ମଚାରୀ ସ୍କର୍ଟ ପିନ୍ଧି ଅଫିସ ଆସିଲେ ଏହି କମ୍ପାନୀ ଦେଉଛି ବୋନସ !

africafeeds
35

ରୁଷର ଏକ କମ୍ପାନୀ ଏବେ ତା’ର ନିଆରା ନିଷ୍ପତ୍ତି ନେଇ ବଡ଼ ଚର୍ଚ୍ଚାରେ । ଟେଟପ୍ରୋଫ ନାମକ ଏହି ଆଲୁମିନିୟମ ଉତ୍ପାଦନ କରୁଥିବା କମ୍ପାନୀ ମହିଳା କର୍ମଚାରୀଙ୍କୁ ସ୍କର୍ଟ ପିନ୍ଧି ଏବଂ ମେକଅପରେ ଅଫିସ ଆସିଲେ ପ୍ରତିଦିନ ଦେଉଛି ଅଧିକ ୧୦୬ ଟଙ୍କା । କର୍ମକ୍ଷେତ୍ରରେ ଏକ ଭିନ୍ନ ବାତାବରଣ ସୃଷ୍ଟି ପାଇଁ କମ୍ପାନୀ ପକ୍ଷରୁ ଗତ ଏକ ମାସ ଧରି ଏହି କାର୍ଯ୍ୟକ୍ରମ ଜାରି ରହିଛି । କମ୍ପାନୀର ଏହି ନିଷ୍ପତ୍ତିକୁ ନେଇ ଲୋକଙ୍କ ଭିତରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

କମ୍ପାନୀ ପକ୍ଷରୁ ଯୁକ୍ତି ବଢାଯାଇଛି ଯେ, ଏହାଦ୍ୱାରା ମହିଳାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ସହ ସେମାନେ ନିଜକୁ ଅଧିକ ଫ୍ରେସ ଅନୁଭବ କରିବେ । ଏହାଦ୍ୱାରା ସେମାନଙ୍କର କାମ କରିବାର ଆଗ୍ରହ ଆହୁରି ବଢିବ । କମ୍ପାନୀ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମେ’ ୨୭ରୁ ଆରମ୍ଭ ହୋଇଥିଲା ବେଳେ ଜୁନ ୩୦ ପର୍ଯ୍ୟନ୍ତ ଚାଲିବ । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଏହି ବୋନସ ଅର୍ଥ ସେହି ମହିଳା କର୍ମଚାରୀଙ୍କୁ ମିଳୁଛି ଯେଉଁମାନେ ସ୍କର୍ଟ ଏବଂ ମେକଅପ ସହ ନିଜ ଫଟୋ କମ୍ପାନୀକୁ ପଠାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More