Only for Entertainment

ଆପଲ କମ୍ପାନୀକୁ ୧୦ ଲକ୍ଷର କ୍ଷତି ପୂରଣ ଦାବି କଲେ ବ୍ୟକ୍ତି, କହିଲେ ଆଇ ଫୋନ ପାଇଁ ମୁଁ ‘ଗେ’ ହୋଇଗଲି

Pocket-lint
90

ରୁଷ ରୁ ଏକ ଅଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଖବର ଅନୁସାରେ ସେଠାକାର ଜଣେ ବ୍ୟକ୍ତି ଆପଲ କମ୍ପାନୀ ବିରୋଧରେ ନୈତିକ କ୍ଷତି ପୂରଣ ପାଇଁ ଏକ ମାମଲା ରୁଜୁ କରିଛନ୍ତି । ବ୍ୟକ୍ତିଙ୍କ କହିବା ଅନୁସାରେ ଆଇଫୋନ ପାଇଁ ସେ ଗେ ହୋଇଯାଇଛନ୍ତି । ବ୍ୟକିତି ଜଣଙ୍କ କମ୍ପାନୀ ଠାରୁ କ୍ଷତି ପୂରଣ ବାବଦରେ ୧ ମିଲିଅନ ରୁବଲ ବା ପାଖାପାଖି ୧୦ ଲକ୍ଷ ଟଙ୍କା ଦାବି କରିଛନ୍ତି ।

ଖବର ଅନୁସାରେ ବ୍ୟକ୍ତି ଜଣଙ୍କ ଆଇଫୋନରେ ଏକ ଆପ ଡାଇନଲୋଡ କରିଥିଲେ । ଏହି ଆପ ଜରିଆରେ ସେ ବିଟକଏନର ଅର୍ଡର ଦେଇଥିଲେ । ବିଟକଏନ ବଦଳରେ ତାଙ୍କୁ ୬୯ ଗେ କଏନ ମିଳିଥିଲା । ପଇସା ସହିତ ତାଙ୍କୁ ଏକ ମେସେଜ ମଧ୍ୟ ଆସିଥିଲା । ମେସେଜରେ ଲେଖା ହୋଇଥିଲା ବ୍ୟବହାର କରନ୍ତୁ ବିନା ଜଜ କରି ।

ମୋସ୍କୋ ଟାଇମ୍ସ ଅନୁସାରେ, ବ୍ୟକ୍ତି କହିଥିଲେ ମେସେଜ ପଢିବା ପରେ ମୁଁ ଭାବିଥିଲି ଏଇଟା ବି ସହ ବିନା ପରୀକ୍ଷା କରି ଜଜ ବା କେମିତି କରିବି । ଏହା ପରେ ମୁଁ ସମଲିଙ୍ଗି ସମ୍ପର୍କରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲି । ମୋର ଏବେ ଏକ ବୟଫ୍ରେଣ୍ଡ ମଧ୍ୟ ଅଛି ।

ଏହି ବ୍ୟକ୍ତି ଜଣଙ୍କ ଏବେ ସମସ୍ୟାରେ ପଡିଛନ୍ତି ଏହି ସମ୍ପର୍କ ବିଷୟରେ ସେ କିପରି ନିଜ ପିତା ମାତାଙ୍କୁ ଜଣାଇବେ । ଏହା ସହିତ ସେ କହିଛନ୍ତି ମୋ ଜୀବନ ଏବେ ପୂରାପୁରି ବଦଳି ଯାଇଛି ଆଉ ଏବେ ମୁଁ ନର୍ମାଲ ହୋଇପାରିବି ନାହିଁ । ଯୁବକ ଜଣଙ୍କ ଆହୁରି ମଧ୍ୟ କହିଛନ୍ତି, ଆପଲ ମୋ ସହିତ ଧୋକା କରିଛି ଏବଂ ମୋତେ ସମଲିଙ୍ଗି ସମ୍ପର୍କ ଆଡକୁ ଠେଲି ଦେଇଛି । ମୋତେ ଏବେ ନୈତିକ ଏବଂ ମାନସିକ କ୍ଷତିପୂରଣ ଦରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More