Only for Entertainment

ଜବରଦସ୍ତ ଆକ୍ସନ ସହ ଫେରିଛି ଡେଡପୁଲ୨, ଟ୍ରେଲର ଦେଖିଲେ ହୋଇଯିବେ ଖୁସି ।

youtube
0 45

ସୁପର ହିରୋ ଫିଲ୍ମ ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଖୁସି ଖବର । ଫିଲ୍ମ ‘ଆଭେଞ୍ଜର୍ସ ଇନଫିନିଟି ୱାର’ ପରେ ରିଲିଜ ହେବାକୁ ଯାଉଛି ଆଉ ଏକ ଫିଲ୍ମ ସୁପର ହିରୋ ଫିଲ୍ମ ରିଲିଜ ହେବାକୁ ପ୍ରସ୍ତୁତି ଆରମ୍ଭ କରିସାରିଲାଣି ।
ଲମ୍ବୋ ସମୟ ବ୍ୟବଧାନ ପରେ ଫିଲ୍ମ ‘ଡେଡପୁଲ୨’କୁ ଦର୍ଶକ ଖୁବ ଉତ୍ସାହର ସହ ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ଡେଡପୁଲ୨ର ଦ୍ୱିତୀୟ ଟ୍ରେଲର ରିଲିଜ ହୋଇଯାଇଛି ।

ଏହି ଫିଲ୍ମରେ ରେୟନ ରେନଲ୍ଡସ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ଟ୍ରେଲର ଦେଖି ଅନୁମାନ ଲଗାଯାଇ ପାରିବ ଯେ ଆକ୍ସନରେ ଭରପୁର ଅଟେ ଏହି ଫିଲ୍ମ । ରେନଲ୍ଡସ ଡେଡପୁଲଙ୍କ ବ୍ୟତୀତ ଆହୁରି ଅନେକ ସୁପର ହିରୋ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଡେବିଡ ଲିଂଚ ।

ଏଠାରେ ଆମେ ଏହିୂ ଫିଲ୍ମ ବିଷୟରେ କହିବାକୁ ଗଲେ ୨୦୧୬ରେ ଆସିଥିବା ଡେଡପୁଲ ଫିଲ୍ମର ଏହା ଦ୍ୱିତୀୟ ସଂସ୍କରଣ ଅଟେ । ଏହା ଆଗରୁ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିଥିଲା ଏବଂ ଏହି ଫିଲ୍ମରୁ ଭଲ ବ୍ୟବସାୟ ମଧ୍ୟ ହୋଇଥିଲା ।

ମେ ମାସ ୧୮ତାରିଖରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି । ‘ଆଭେଞ୍ଜର୍ସ:ଇନଫିନିଟ ୱାର’ ପରେ ଏହି ଫିଲ୍ମ ପରଦାକୁ ଆସିବା ଦର୍ଶକଙ୍କ ପାଇଁ ବ୍ୟାକ ଟୁ ବ୍ୟାକ ଖୁସି ଖବର ଏବଂ ଶାନଦାର ଉପହାର ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More