Only for Entertainment

ଏହି ପ୍ରତିଯୋଗୀ ହେଲେ ସାରେଗାମାପାର ବିଜେତା ।

aajtak
34

ପପୁଲାର ସିଙ୍ଗିଙ୍ଗ ରିଆଲିଟି ଶୋ ସାରେଗାମାପାର ଗ୍ରାଣ୍ଡ ଫିନାଲେ ଶେଷ ହୋଇଯାଇଛି । ଶେଷ ୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଏହି ପ୍ରତିଯୋଗୀତା ହେଲା । ଯେଉଁଥିରେ ବିଜୟିନୀ ହେଲେ ଜବଲପୁରର ଈଷିତା । ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା ଏବଂ ଏକ ହ୍ୟୁଣ୍ଡାଇ କାର ଦିଆଗଲା । ଟପ ୬ ଫାଇନାଲିଷ୍ଟରେ ଅସଲମ ମାଜିଦ, ଐଶ୍ୱର୍ଯ୍ୟା ପଣ୍ଡିତ, ସାହିଲ ସୋଲଙ୍କି , ସୋନୁ ଗିଲ, ତନ୍ମୟ ଚତୁର୍ବେଦୀ ଏବଂ ଈତିଶା ବିଶ୍ୱକର୍ମା ସାମିଲ ଥିଲେ ।

ଶୋ’ରେ ମଣିକର୍ଣ୍ଣିକାର ଷ୍ଟାର କଙ୍ଗନା ରଣାୱତ ଏବଂ ଅଙ୍କିତା ଲୋଖଣ୍ଡେ ଅତିଥି ଭାବରେ ପହଂଚିଥିଲେ । ଅଙ୍କିତା ମଂଚ ଉପରେ ଦମଦାର ପର୍ଫମାନ୍ସ ଦେଲେ ।

 

ଶୋ ମଧ୍ୟରେ ସୁନିଧି ଚୌହାନ ସାହିଲ ସୋଲଙ୍କିଙ୍କ ସହିତ ପର୍ଫମାନ୍ସ ଦେଲେ । ଶୋ ମଧ୍ୟକୁ ସୁନିଧି ଏବଂ ଜାଭେଦ ଅଲି ଟ୍ରଫି ସହିତ ପ୍ରବେଶ କଲେ । ଶୋ’କୁ ଆଦିତ୍ୟ ନାରାୟଣ ହୋଷ୍ଟ କରୁଥିଲେ । କଙ୍ଗନା ଏବଂ ଅଙ୍କିତାଙ୍କ ପ୍ରବେଶରେ ଶୋ’ର ଚମକ ଅଧିକ ବଢିଗଲା । କହିରଖୁଛୁଯେ ଫିଲ୍ମ ମଣିକର୍ଣ୍ଣିକାରେ କଙ୍ଗନା ରାଣୀ ଲକ୍ଷ୍ମୀବାଈ ଏବଂ ଅଙ୍କିତା ଝଲକରୀବାଈ ଚରିତ୍ରରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More