Only for Entertainment

ସାରେଗାମାପା ଲିଟିଲ ଚାମ୍ପ୍ସର ବିଜେତା ହେଲେ ଏହି ପ୍ରତିଯୋଗୀ, ଏବେ ଦୀପିକା-ଆଲିୟାଙ୍କ ପାଇଁ ଗାଇବାକୁ ଇଚ୍ଛା !

27

ଗୀତର ରିଆଲିଟି ଶୋ’ ସାରେଗାମାପା ଲିଟିଲ ଚାମ୍ପ୍ସର ଗ୍ରାଣ୍ଡ ଫିନାଲେ ରବିବାର ରାତିରେ ପ୍ରସାରିତ ହୋଇଥିଲା । ଶେଷ ୫ରେ ଆୟୂଶ କେସୀ, ମହମ୍ମଦ ଫୈଜ, ଅନୁଷ୍କା ପାତ୍ରା, ପ୍ରିତମ ଆଚାର୍ଯ୍ୟ ଏବଂ ଆସ୍ଥା ଦାସଙ୍କ ନାଁ ସାମିଲ ହୋଇଥିଲା । ଏମାନଙ୍କୁ ପଛରେ ପକାଇ ସୁଗନ୍ଧା ଦାତେ ବିଜେତା ହୋଇଛନ୍ତି ।

ସୁଗନ୍ଧା ବିଜେତା ସ୍ୱରୁପ ୫ଲକ୍ଷ ଟଙ୍କା ଏବଂ ଟ୍ରଫି ଜିତିଛନ୍ତି । ସୁଗନ୍ଧା ନା କେବଳ ଅତିଥିଙ୍କ ପ୍ରଥମ ପସନ୍ଦ ଥିଲେ ବରଂ ଦର୍ଶକଙ୍କୁ ମଧ୍ୟ ଖୁବ ପସନ୍ଦ ଥିଲେ । ସମ୍ପୂର୍ଣ୍ଣ ସିଜନରେ ଭଳି କି ଭଳି ପରଫର୍ମ କରି ସୁଗନ୍ଧା ଶେଷରେ ବିଜେତା ହୋଇପାରିଛନ୍ତି ।


ଏଠାରେ ଆମେ କହି ରଖୁଛୁ ଯେ ସୁଗନ୍ଧାଙ୍କ ପରିବାର ନାଗପୁରର ବାସିନ୍ଦା ଅଟନ୍ତି ମାତ୍ର ଝିଅ ସୁଗନ୍ଧା ପାଇଁ ୫ବର୍ଷ ହେବ ମୁମ୍ବାଇରେ ଅଛନ୍ତି । ୫ବର୍ଷ ପୂର୍ବେ ଯେତେବେଳେ ସୁଗନ୍ଧା ଇଣ୍ଡିଆନ ଆଇଡଲ ଜୁନିଅର ଭାଗ ନେଇଥିଲେ ଏବଂ ଟପ ୫ ପର୍ଯ୍ୟନ୍ତ ପହଂଚି ପାରିଥିଲେ । ଏହାପରେ ତାଙ୍କ ଝିଅର କ୍ୟାରିଅର ପାଇଁ ମୁମ୍ବାଇ ଶିଫ୍ଟ ହୋଇଯାଇଥିଲେ । ସୁଗନ୍ଧା ୬ବର୍ଷ ବୟସରୁ ଗୀତ ଗାଉଛନ୍ତି । ଏବେ ସୁଗନ୍ଧା ଅଭିନେତ୍ରୀ ଦୀପିକା ପାଦୁକୋଣ, ଆଲିୟା ଭଟ୍ଟ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ଗୀତ ଗାଇବାକୁ ଚାହୁଁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More