Only for Entertainment

ସାଇକୋ ସେୟାଁ: ପ୍ରଭାସ-ଶ୍ରଦ୍ଧାଙ୍କ ‘ସାହୋ’ର ପ୍ରଥମ ଗୀତ, ସାମ୍ନାକୁ ଆସିଲା ଟିଜର ।

31

ବାହୁବଳୀ ଟୁ ପରେ ପ୍ରଭାସ ବକ୍ସ ଅଫିସରେ ଚାଚଂଲ୍ୟ ସୃଷ୍ଟି କରିବାକୁ ପ୍ରସ୍ତୁତ ହୋଇ ସାରିଲେଣି । ପ୍ରଥମ ଥର ଫିଲ୍ମ ସାହୋରେ ଶ୍ରଦ୍ଧା କପୂର ଏବଂ ପ୍ରଭାସଙ୍କ ଯୋଡ଼ି ନଜର ଆସିବ । ବହୁ ପ୍ରତିକ୍ଷୀତ ଏହି ଫିଲ୍ମର ଏକ ଗୀତ ସାଇକୋ ସେୟାଁର ଟିଜର ରିଲିଜ ହୋଇ ସାରିଛି । ଗୀତରେ ଦୁଇଜଣଙ୍କ କେମେଷ୍ଟ୍ରି ନଜର ଆସିଛି ।

 

ସାହୋର ସାଇକୋ ସେୟାଁ ଏକ ପେପି ଗୀତ । ଏହାକୁ ଲେଖିଛନ୍ତି ସୁଜିତ । କୋରିଓଗ୍ରାଫର ହେଉଛନ୍ତି ରାଜୁ ସୁନ୍ଦରମ । ଗୀତରେ ଦୁଇଜଣ ଖୁବ ସୁନ୍ଦର ଏବଂ ବୋଲ୍ଡ ନଜର ଆସିଛନ୍ତି ।

ଗୀତର ଟିଜର ଭିନ୍ନ ଭିନ୍ନ ଭାଷାରେ ରିଲିଜ କରାଯାଇଛି । ଏଥିରେ ହିନ୍ଦୀ ଏବଂ ତେଲୁଗୁ ଭାଷା ସାମିଲ ରହିଛି । ତେବେ ଗୀତ ସାଇକୋ ସେୟାଁ ୮ ଜୁଲାଇକୁ ରିଲିଜ ହେବ । ଦୀର୍ଘ ସମୟ ଧରି ଫିଲ୍ମର ନିର୍ମାଣ କାର୍ଯ୍ୟ ଜାରି ରହିଛି । ୧୫ ଅଗଷ୍ଟକୁ ଫିଲ୍ମ ସିନେମାଘରେ ରିଲିଜ ହେବ । ସୁଜିତ ହେଉଛନ୍ତି ସାହୋର ନିର୍ଦ୍ଦେଶକ । ସାହୋରେ କେବଳ ପ୍ରଭାସ ନୁହଁନ୍ତି ବରଂ ଶ୍ରଦ୍ଧା ମଧ୍ୟ ଆକ୍ସନ କରୁଥିବାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More