Only for Entertainment

ଦର୍ଶକଙ୍କୁ ପସନ୍ଦ ଆସିଲା ନାହିଁ ‘ସାହୋ’ ? ସୋସିଆଲ ମିଡିଆରେ ଭାଇରାଲ ହେଲା ମଜାଦାର ମିମ୍ସ !

632

ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଶ୍ରଦ୍ଧା କପୂରଙ୍କ ଫିଲ୍ମ ‘ସାହୋ’ର ଅପେକ୍ଷା ଶେଷ ହୋଇଛି । ଅନେକ ସହରରେ ପୂର୍ବ ଦିନ ରାତି ୧ରୁ ଲୋକେ ଫିଲ୍ମ ଦେଖିବାକୁ ଯାଇଥିଲେ । ଅନେକ ସହରରେ ଫିଲ୍ମର ଟିକେଟ ୨୦୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ‘ବାହୁବଲୀ’ ପ୍ରଭାସ ମିଡିଆ ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲେ । ଫିଲ୍ମ ରିଲିଜ ହେଲା ଏବଂ ମିଳାମିଶା ପ୍ରତିକ୍ରିୟା ମିଳିବା ପରେ ‘ସାହୋ’ର ଖୁବ ପରିହାସ କରାଯାଇଛି ।

ଅନେକ ଫିଲ୍ମ ସମୀକ୍ଷକ ‘ସାହୋ’ ଉପରେ ଖରାପ ରିବ୍ୟୁ ଦେଇଛନ୍ତି । ତରଣ ଆଦର୍ଶ ଏହି ଫିଲ୍ମକୁ ଦେଢ ଷ୍ଟାର ଦେଇଛନ୍ତି । ଗୋଟିଏ ଶବ୍ଦରେ ସେ ଏହି ଫିଲ୍ମକୁ ଅସହ୍ୟନୀୟ କହିଛନ୍ତି । ଫିଲ୍ମ ସମୀକ୍ଷକ ରମେଶ ବାଲା ଫିଲ୍ମକୁ ଚଳନୀୟ ବୋଲି କହିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ରିଭ୍ୟୁ ମିଳିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ମିମ୍ସ ଭାଈରାଲ ହେବାରେ ଲାଗିଛି  ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More