Only for Entertainment

ପୁଣି ରିଲିଜ ହେଲା ‘ସାହୋ’ର ନୂଆ ପୋଷ୍ଟର, ନୂଆ ଅନ୍ଦାଜରେ ନଜର ଆସିଲେ ଗ୍ଲାମରସ ନାୟିକା ମନ୍ଦୀରା ବେଦୀ

hindirush
50

ସାହୋ ଫିଲ୍ମ ନିର୍ମାତା ଆଜି ମନ୍ଦୀରା ବେଦୀଙ୍କ ଏକ ପୋଷ୍ଟର ରିଲିଜ କରିଛନ୍ତି । ପୋଷ୍ଟରରେ ମନ୍ଦୀରା ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଲୁକରେ ମନ୍ଦିରା ବେଦୀ ଆକର୍ଷଣୀୟ ଦେଖାଯାଉଛନ୍ତି । ସାଉଥର ସୁପରଷ୍ଟାର ପ୍ରଭାସ ଓ ବଲିଉଡ ଅଭିନେତ୍ରୀ ଶ୍ରଧା କପୁରଙ୍କ ଅଭିନୀତ ‘ସାହୋ’ ଅଗଷ୍ଟ ୩୦ରେ ରିଲିଜ ହେବାକୁ ଯାଉଛି । ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଯାଇଛି । ବର୍ତ୍ତମାନ କିଛି ଦିନ ହେବ ଫିଲ୍ମଟିର ନୂଆ ନୂଆ ଚରିତ୍ରଙ୍କ ନୂଆ ଲୁକ ଦେଖିବାକୁ ମିଳୁଛି । ଫିଲ୍ମର ନର୍ମାତା ଗତକାଲି ମନ୍ଦୀରା ବେଦୀଙ୍କ ଲୁକ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।

ଏହି ଲୁକରେ ଖୁବ ଆକର୍ଷଣୀୟ ଦେଖା ଯାଉଛନ୍ତି ଗ୍ଲାମରସ ନାୟିକା ମନ୍ଦୀରା । ଏହି ପୋଷ୍ଟରକୁ ଦେଖିଲେ ଲାଗୁଛିଯେ ସେ କିଛି କଥା ଧ୍ୟାନ ଦେଇ ଶୁଣୁଛନ୍ତି । ପୋଷ୍ଟରରେ ମନ୍ଦୀରା କଳା ରଙ୍ଗର ଶାଢୀ ଓ ବେକରେ ଲମ୍ବା ନେକଲେସ ପିନ୍ଧିଥିବାର ନଜର ଆସିଛି ।

ଆଜି ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ଟ୍ରେଲର ୫ଟି ଭିନ୍ନ ଭିନ୍ନ ସହରରେ ରିଲିଜ ହେବାର ସୂଚନା ମିଳିଛି । ଫିଲ୍ମ ସାହୋ ହିନ୍ଦୀ, ତାମିଲ ଓ ତେଲଗୁ ୩ଟି ଭାଷାରେ ରିଲିଜ ହେବାକୁ ଯାଉଛି । ଷ୍ଟାରକାଷ୍ଟ ଭାବେ ନିଲ ନିତିନ ମୁକେଶ, ଜ୍ୟାକି ସ୍ରଫ, ମନ୍ଦୀରା ବେଦୀ, ମହେଶ ମାଂଜରେକର, ଚଂକି ପାଣ୍ଡେ ଓ ମୁରଲି ଶର୍ମାଙ୍କୁ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମଟି ଅଗଷ୍ଟ ୧୫ରେ ରିଲିଜ ହେବା ପରିବର୍ତ୍ତେ ଅଗଷ୍ଟ ୩୦ରେ ରିଲିଜ ହେବାକୁ ଯାଉଥିବା ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More