Only for Entertainment

ଫିଲ୍ମ ‘ ସାଣ୍ଡ କି ଆଁଖ’ର ଫଷ୍ଟ ଲୁକ ରିଲିଜ ।

bollywood tadka
29

ବଲିଉଡ ଅ୍ରଭିନେତ୍ରୀ ଭୂମି ପେଡନେକର ଏବଂ ତାପସୀ ପନ୍ନୁ ଖୁବଶୀଘ୍ର ଫିଲ୍ମ ‘ସାଣ୍ଡ କି ଆଁଖ’ରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଟ୍ରେଣ୍ଡ ଆନାଲିଷ୍ଟ ତରନ ଆଦର୍ଶ ନିଜ ଟ୍ୱଟର ଆକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ଦୁଇ ଜଣ ମହିଳା ଗାଁ ମହିଳା ବେଶରେ କାନ୍ଥରେ ଘସି ପକାଉଥିବାର ନଜର ଆସିଛନ୍ତି । ଦୁଇ ମହିଳାଙ୍କ ପଛ ପାଶ୍ୱର୍ ଦେଖି ଅନୁମାନ କରାଯାଉଛି ସେମାନେ ଭୂମି ଏବଂ ତାପସୀ । ଏହା ପୂର୍ବରୁ ତାପସୀ ଫିଲ୍ମ ବିଷୟରେ ସାମାନ୍ୟ ସୂଚନା ଦେଇଥିଲେ । ଏକ ଫଟୋ ମଧ୍ୟ ଶେୟାର କରିଥିଲେ ଯେଉଁଥିରେ ସେ ତାପସୀ ଏବଂ ଅନୁରାଗଙ୍କ ସହିତ ବସିଥିବାର ନଜର ଆସିଥିଲେ ।

କହିରଖୁଛୁଯେ ଫିଲ୍ମର ନିର୍ମାତା ନିଧି ପରମାର ଏବଂ ଅନୁରାଗ କଶ୍ୟପ । ନିର୍ଦ୍ଦେଶକ ହେଉଛନ୍ତି ତୁଷାର ହିରାନନ୍ଦନୀ । ତେବେ ଫିଲ୍ମର ରିଲିଜ ଡେଟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More