Only for Entertainment

ରିଲିଜ ହେଲା ‘ଖାନଦାନି ଶଫାଖାନା’ର ଫନି ସଙ୍ଗ୍ ‘ସାଁସ୍ ତୋ ଲେ ଲେ’, ଦେଖନ୍ତୁ

zee news
53

ଆଗାମୀ ବଲିଉଡ୍ ଫିଲ୍ମ ‘ଖାନଦାନି ଶଫାଖାନା’ର ଫନି ସଙ୍ଗ୍ ‘ସାଁସ୍ ତୋ ଲେ ଲେ’ ମୁକ୍ତିଲାଭ କରିଛି । ଗୀତରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଦେଖିବାକୁ ମିଳିଛି । ଏହା ସହ ବାଦଶାହଙ୍କ  ଗାୟିକୀ ସ୍ଥାନ ପାଇଛି ଏହି ଗୀତରେ । ସିନେମାର କିଛି କିଛି ଫନି ଝଲକ ଦେଖିବାକୁ ମିଳିଛି ଏହି ଗୀତରେ ।

ଗୀତରେ ସଙ୍ଗୀତ ସହ ଲିରିକ୍ସ ଦେଇଛନ୍ତି ନିଜେ ବାଦ୍ଶାହ । ଚଳଚ୍ଚିତ୍ର ‘ଖାନଦାନି ଶଫାଖାନା’ ଏକ କମେଡି – ଡ୍ରାମା କାହାଣୀକୁ ନେଇ ଗତିଶୀଳ ହୋଇଛି । ଫିଲ୍ମରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ତାଙ୍କ ବ୍ୟତୀତ ବରୁଣ ଶର୍ମା, ର‌୍ୟାପର୍ ବାଦଶାହଙ୍କ କମେଡି ଅନ୍ଦାଜ୍ ଦେଖିବାକୁ ମିଳିବ ଏହି ସିନେମାରେ ।

ପ୍ରଥମ ଥର ପାଇଁ ର‌୍ୟାପର୍ ବାଦଶାହଙ୍କ ଅଭିନୟ ଦେଖିବାକୁ ମିଳିବ ପରଦାରେ । ଭୂଷଣ କୁମାର୍ ଏବଂ ଟି-ସିରିଜ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଶିଳ୍ପୀ ଦାସ ଗୁପ୍ତା । ୨ ଅଗଷ୍ଟରେ ମୁକ୍ତିଲାଭ କରିବ ଏହି କମେଡି ଫିଲ୍ମ ଖାନ୍ଦାନି ଶଫାଖାନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More