Only for Entertainment

ସବିଶେଷଙ୍କ କଣ୍ଠରେ ରିଲିଜ ହେଲା ଓଡିଆ ରୋମାଣ୍ଟିକ ଗୀତ ‘ମେହରବାନି’

you tube
0 51

ଆଜିକାଲି ନିଜ ରୋମାଣ୍ଟିକ ଗାୟିକିରେ ଓଡିଆ ସ୍ରୋତାଙ୍କୁ ଏଂଟରଟେନ୍ କରୁଛନ୍ତି କଣ୍ଠଶିଳ୍ପୀ ସବିଶେଷ ମିଶ୍ର । ତାଙ୍କ ସ୍ୱରରେ ଶୁଣିବାକୁ ମିଳିଛି ଅନେକ ମନଛୁଆଁ ଗୀତ । ଆଉ ଏବେ ନିଜ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ରୋମାଣ୍ଟିକ ଗୀତ ଭେଟି ଦେଇଛନ୍ତି ସବିଶେଷ । ଯାହାର ଟାଇଟେଲ୍ ରହିଛି ‘ମେହରବାନି’ । ଶୁଭ୍ରାଶିଷ୍ ମ୍ୟୁଜିକ୍ ବ୍ୟାନରରେ ରିଲିଜ୍ ହୋଇଥିବା ଏହି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସରୋଜ ସାମଲ୍ ।

ନିକଟରେ ଏହି ଗୀତର ରେକର୍ଡିଂ ଶେଷ କରିଛନ୍ତି ସବିଶେଷ । ଆଉ ଏହି ଗୀତର ଷ୍ଟୁଡିଓ ଭର୍ସନ ସିନେ ୨୪ ୟୁଟୁବ୍ ଚ୍ୟଆନେଲରେ ରିଲିଜ୍ ହୋଇଛି । ପି ଥ୍ରୀ ପ୍ରଡକ୍ସନ୍ ଏବଂ ଶୁଭ୍ରାଶିଷ ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ହୋଇଛି ଏହି ମନଛୁଆଁ ଗୀତ । ଏହି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସରୋଜ ସାମଲ୍ । ଶୁଭଜିତ୍ ରାଉତରାୟଙ୍କ ଆକର୍ଷଣୀୟ ଲିରିକ୍ସ ଏହି ଗୀତକୁ କରିଛି ଆହୁରି ମନଲୋଭା । ସୋସିଆଲ୍ ମିଡିଆରେ ଏହି ରୋମାଣ୍ଟିକ ଗୀତକୁ ପସନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି । ୟୁଟୁବରେ ରିଲିଜ୍ ହେବାର ମାତ୍ର ୨୪ ଘଂଟା ଭିତରେ ହଜାର୍ ହଜାର୍ ଦର୍ଶକ ଏହି ଗୀତକୁ ଦେଖି ସାରିଲେଣି । ଖାସ କରି ସବିଶେଷଙ୍କ ଆଟ୍ରାକ୍ଟିଭ୍ ଭଏସ୍ ଏହି ରୋମାଣ୍ଟିକ ଗୀତରେ ଚାର୍ ଚାନ୍ଦ ଲଗେଇ ଦେଇଛି । ସ୍ରୋତା ଏହି ଗୀତକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More