Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଶାବୁଦାନା ଖୀରି ।

NDTV food
0 63

ଆବଶ୍ୟକ ସାମଗ୍ରୀ:

ଶାବୁଦାନା, କ୍ଷୀର, ଚିନି, ଗୁଜରାତି, କାଜୁ , ଆଲମଣ୍ଡ, କିସ୍‌ମିସ୍, ପିସ୍ତା ବାଦାମ, ଖୁଆ, କେଶର।

ପ୍ରସ୍ତୁତି ପ୍ରଣାଳୀ:

ଖିରି ତିଆରି କରିବାର ୩-୪ ଘଣ୍ଟା ପୂର୍ବରୁ ଶାବୁଦାନାଗୁଡ଼ିକୁ ବତୁରାଇ ଦିଅନ୍ତୁ।  ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ବତୁରା ଶାବୁଦାନାକୁ ପାଣି ଦେଇ ଫୁଟାନ୍ତୁ। ଶାବୁଦାନା ଟିକେ ଖୋଲିଆସିବା ପରେ ଏଥିରେ କ୍ଷୀର ମିଶାନ୍ତୁ। ବର୍ତ୍ତମାନ ଏଥିରେ ସ୍ୱାଦ ଅନୁଯାୟୀ ଚିନି ପକାଇ ଗୋଳାଇ ଦିଅନ୍ତୁ।

ଏବେ ଆଉ ଏକ ପାତ୍ରରେ ଅଳ୍ପ ଘିଅ ଗରମ କରି ସେଥିରେ କାଜୁ, କିସ୍‌ମିସ୍, ଆଲମଣ୍ଡ, ପେସ୍ତା ବାଦାମକୁ ହାଲକା ଲାଲ୍ ହେବା ଯାଏଁ ଭାଜନ୍ତୁ। ବର୍ତ୍ତମାନ ଏହି ଭଜା ଡ୍ରାଏଫ୍ରଟ ଗୁଡ଼ିକୁ ଖିରିରେ ପକାଇ ଦିଅନ୍ତୁ। ଖିରିରେ ସ୍ୱାଦ ବଢ଼ାଇବା ପାଇଁ ଅଳ୍ପ ଖୁଆ ଓ କେଶର ପକାନ୍ତୁ। ଶାବୁଦାନାଗୁଡ଼ିକ ଭଲ ଭାବରେ ମିଶିଗଲା ପର୍ଯ୍ୟନ୍ତ ଏହାକୁ କମ୍ ଆଞ୍ଚରେ ଫୁଟାନ୍ତୁ।

ଖିରି ଯେପରି ତଳେ ଲାଗି ନଯାଏ ଧ୍ୟାନ ଦିଅନ୍ତୁ। ଲଗାତାର ଭାବେ ଏହାକୁ ଗୋଳାନ୍ତୁ। ୪୦ ରୁ ୪୫ ମିନିଟ ପର୍ଯ୍ୟନ୍ତ ଖିରିକୁ ଢାଙ୍କି କମ୍ ଆଞ୍ଚରେ ବସାନ୍ତୁ। ସମୟ ହୋଇଗଲେ ଚୁଲି ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଶାବୁଦାନା ଖିରି।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More