ମହା ଶିବରାତ୍ରିରେ ଘରେ ପ୍ରସ୍ତୁତ କରନ୍ତୁ ଶାଗୁ ଦାନା ଉପମା ।
ଆବଶ୍ୟକୀୟ ସାମଗ୍ରୀ:
ଶାଗୁ – ୧ କପ
ଚିନା ବାଦାମ ଗୁଣ୍ଡ- ୧ ବଡ ଚାମଚ
ସିଝା ଆଳୁ – ୨ଟି ମଧ୍ୟମ ଆକାରର
ଅଦା – ଅଧା ଇଂଚ ଖଣ୍ଡ
କଂଚା ଲଙ୍କା – ୨ଟି
ଜୀରା – ଅଧା ଛୋଟ ଚାମଚ
ସୋରିଷ – ଅଧା ଛୋଟ ଚାମଚ
ଭୃଷଙ୍ଗ ପତ୍ର – ୪ଟି ପତ୍ର
ତେଲ
ଲୁଣ ସ୍ୱାଦ ଅନୁସାରେ
ପ୍ରଥମେ କଢେଇକୁ ଗରମ କରନ୍ତୁ । ଏଥିରେ ଶାଗୁ ପକାଇ କିଛି ସମୟ ହାଲୁକା ଫ୍ରାଏ କରନ୍ତୁ । ପରେ ଏହାକୁ ପାଣିରେ ଭିଜାଇ ଦିଅନ୍ତୁ । ପାଣିରେ ବତୁରାଇବା ସମୟରେ ଶାଗୁ ପାଣିରେ ବତୁରିଲା ଭଳି ପାଣି ଦିଅନ୍ତୁ । ଅଧିକ ପାଣି ପାତ୍ରରେ ଢାଳନ୍ତୁ ନାହିଁ । ଏହାକୁ ୫-୬ଘଂଟା ଭିଜିବାକୁ ଦିଅନ୍ତୁ ।
୫-୬ଘଂଟା ମଧ୍ୟରେ ଶାଗୁ ଦାନା ସମସ୍ତ ପାଣିକୁ ଶୁଖାଇ ଦେବ । ଶାଗୁ ଦାନା ଗୁଡିକୁ ହାତରେ ନେଇ ଖେଳାଇ ଦିଅନ୍ତୁ । ଏହାର ସମସ୍ତ ଦାନା ଅଲଗା ଅଏଗା ହୋଇଯିବ । ଏହାକୁ ହାଲୁକା ଭାଜି ପାଣିରେ ଭିଜାଇବା ଦ୍ୱାରା ଏହା ଗୋଟା ଗୋଟା ରହିଥାଏ ।
ପ୍ରସ୍ତୁତ ପ୍ରଣାଳୀ –
ସିଝା ଆଳୁ କୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଚିନାବାଦାମକୁ ଅଳ୍ପ ଗୁଣ୍ଡ କରିଦିଅନ୍ତୁ । ଅଦା ଏବଂ ଲଙ୍କାଙ୍କୁ ଛେଟେ ଛୋଟ କାଟନ୍ତୁ ।
କଢେଇରେ ତେଲ ଗରମ କରି ସେଥିରେ ଜୀରା ଏବଂ ସୋରିଷ ପକାନ୍ତୁ । ଏହାପରେ ଏଥିରେ ଭୃଷଙ୍ଗ ପତ୍ର ଏବଂ ଅଦା ପକାନ୍ତୁ । ଏହାପରେ ଲଙ୍କା ପକାନ୍ତୁ । ଏହାପରେ ଶାଗୁ ଦାନା ପକାଇ ଅଧା ଚାମଚ ଲୁଣ ପକାଇ ୫-୬ମିନିଟ ପର୍ଯ୍ୟନ୍ତ ଘୋଡାଇ ଦିଅନ୍ତୁ । ଏହାପରେ ଏଥିରେ ଅଳ୍ପ ପାଣି ଢାଳନ୍ତୁ ।
ଶାଗୁ ଦାନା ସଂପୂର୍ଣ୍ଣ ହୋଇଗଲା ପରେ ଏଥିରେ ଚିନାବାଦାମ ଗୁଣ୍ଡ ଏବଂ ସିଝା ଆଳୁ ପକାନ୍ତୁ । ଏହାପରେ ଏହାକୁ ୨ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।
ଏବେ ଆପଣଙ୍କ ଶାଗୁ ଦାନା ପ୍ରସ୍ତୁତ ହୋଇଯାଇଛି । ଏଥିରେ ଏକ ଲେମ୍ବୁ ଚିପୁଡି କିଛି ଧନିଆ ପତ୍ର ପକାଇ ଗରମ ଗରମ ପରଷନ୍ତୁ ।