Only for Entertainment

ବେଙ୍ଗଲି ସିନେମାରେ ‘ପାଗଳ ପ୍ରେମୀ’ ସବ୍ୟସାଚୀଙ୍କ ନୂଆ ଲୁକ୍

kanaknews
0 56

ଓଲିଉଡ୍ର ପାଗଳ ପ୍ରେମୀଙ୍କୁ ଏବେ ଦେଖିବାକୁ ମିଳିବ ବେଙ୍ଗଲି ସିନେମାରେ । ପ୍ରଥମ ଥର ପାଇଁ ବେଙ୍ଗଲି ସିନେମାରେ ନିଜ ଷ୍ଟାଇଲ୍ ଓ ଅଭିନୟ ପରଶିବାକୁ ଯାଉଛନ୍ତି ଓଲିଉଡ୍ର ଚକଲେଟି ବୟ ସବ୍ୟସାଚୀ ମିଶ୍ର । ସବ୍ୟସାଚୀଙ୍କ ପ୍ରଥମ ବେଙ୍ଗଲି ସିନେମାର ଟାଇଟେଲ୍ ରହିଛି ‘ରକ୍ତୋମୁଖୀ ନୀଲା’ । ଏହି ସିନେମାରେ ସବ୍ୟସାଚୀଙ୍କ ଫାଷ୍ଟ ଲୁକ୍ ଏବେ ସାମ୍ନାକୁ ଆସିଛି । ଯାହାକୁ ନିଜ ସୋସିଆଲ୍ ସାଇଟ୍ ଇଂଷ୍ଟାଗ୍ରାମ୍ରେ ସେୟାର୍ କରିଛନ୍ତି ସବ୍ୟସାଚୀ । ଏହାସହ ନିଜର ଏହି ପ୍ରଥମ ବେଙ୍ଗଲି ସିନେମାକୁ ନେଇ ସେ ବେଶ ଉତ୍ସାହିତ ଥିବା କହଛନ୍ତି ।

ଫିଲ୍ମର ସୁଟିଂ ଏବେ ଆରମ୍ଭ ହୋଇଛି । କୋଲକୋତାରେ ସବ୍ୟ ଏବେ ନିଜର ଏହି ସିନେମାର ସୁଟିଂ ଆରମ୍ଭ କରିଛନ୍ତି ସବ୍ୟସାଚୀ । ସବ୍ୟସାଚୀ ଏବେ ନିଜର ଏହି ଅପକମିଂ ବେଙ୍ଗଲି ସିନେମାର ସୁଟିଂକୁ ନେଇ ସବ୍ୟସାଚୀ ଅଛନ୍ତି ବେଶ ଏକ୍ସାଇଟେଡ୍ । ତେବେ ସବ୍ୟସାଚୀ କେବଳ ଯେ ବେଙ୍ଗଲି ସିନେମାରେ ଅଭିନୟ କରିବାକୁ ଯାଉଛନ୍ତି ତାହା ନୁହେଁ ଭିନ୍ନ ଭିନ୍ନ ଭାଷା ଓ ଇଣ୍ଡଷ୍ଟ୍ରୀରେ ଅଭିନୟ କରିବାର ଅଭିଜ୍ଞତା ରହିଛି ତାଙ୍କ ପାଖରେ ।

ଏହା ପୂର୍ବରୁ ତେଲୁଗୁ ସିନେମାରେ ବି ନିଜ ଜଲୱା ଦେଖାଇଛନ୍ତି ସବ୍ୟ । ତେଲୁଗୁ ସିନେମାର ନୀରଜନମ୍ ସିନେମାରେ ବି ତାଙ୍କ କମାଲ୍ ଦେଖିବାକୁ ମିଳିଛି । ଏହି ତେଲୁଗୁ ସିନେମାରେ ସବ୍ୟସାଚୀଙ୍କ ଆକ୍ସନ୍, ଡ୍ୟାନ୍ସ ରୋମାନ୍ସ ସବୁକିଛି ଦେଖିବାକୁ ମିଳିଥିଲା । ଏହାଛଡା ଓଲିଉଡ୍ରେ ଶେଷଥର ପାଇଁ ସବ୍ୟସାଚୀଙ୍କୁ ଦେଖିବାକୁ ମିଳିଥିଲା ଚଳଚ୍ଚିତ୍ର ଟୋକାଟା ଫସିଗଲା ରେ । ଏହି ସିନେମାର ସବ୍ୟଙ୍କୁ ଏଲିନାଙ୍କ ସହ ରୋମାନ୍ସ କରିବାରେ ଦେଖିବାକୁ ମିଳିଥିଲା । ଆଉ ଏହି ସିନେମାଟି ଇଣ୍ଡଷ୍ଟ୍ରୀରେ ହୋଇଥିଲା ସୁପରହିଟ୍ । ଏହାପରେ ସବ୍ୟସାଚୀ ନଜର ଆସିବେ ବେଙ୍ଗଲି ସିନେମାରେ । ଯାହା ତାଙ୍କ ଫ୍ୟାନ୍ମାନଙ୍କ ଉତ୍ସୁକତା ଆହୁରି ବଢାଇଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More